Site icon Awaj Media

ପରିବେଶ ସୁରକ୍ଷା ପାଇଁ ଚିନ୍ତାରେ ସିଏମସି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପରିବେଶ ସୁରକ୍ଷା ପାଇଁ ଚିନ୍ତାରେ ସିଏମସି । ସିଏମସିରେ କାଉନସିଲ ଥାଇ ମଧ୍ୟ ଫେଲ ମାରିଛି ଗତବର୍ଷର ବୃକ୍ଷରୋପଣ କାର୍ଯ୍ୟ । ସମାଜସେବୀଙ୍କ ସ୍ୱର ଉତ୍ତୋଳନ ପରେ ସହର ପରିବେଶ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ଚିନ୍ତିତ ହେଲା ସିଏମସି । ସହର ତାପମାତ୍ରା କୁ ଦୃଷ୍ଟିରେ ରଖି ଗତ ବର୍ଷ ଯେଉଁ ବୃକ୍ଷରୋପଣ କାର୍ଯ୍ୟ ସିଏମସି ପକ୍ଷରୁ ହୋଇଥିଲା ସେସବୁ କେବଳ କାଗଜପତ୍ର ରେ ଓ ଗଣମାଧ୍ୟମ ପୃଷ୍ଠାରେ ସୀମିତ ରହିଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରୌଦ୍ରତାପ ଯଥେଷ୍ଟ ଅଧିକ ରହିଥିବା ବେଳେ ଏନେଇ ପୁଣି ସମାଜସେବୀଙ୍କ ପକ୍ଷରୁ ଅବଗତ କରାଯିବା ପରେ ସିଏମସି ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏହା ବ୍ୟତୀତ ନୂତନ ଭାବେ କମିଶନର ଦାୟିତ୍ୱ ନେଇଥିବା ବିଜୟ କୁମାର ଦାସଙ୍କୁ ନେଇ ମଧ୍ୟ ଅନେକ କିଛି ଆଶା ସୃଷ୍ଟି ହୋଇଛି । ସମାଜସେବୀଙ୍କ ଅବଗତ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବର୍ତ୍ତମାନ ସହର ପରିବେଶ ଓ ତାପମାତ୍ରା ନିୟନ୍ତ୍ରଣ ଚିନ୍ତାରେ ସିଏମସି। ଗତବର୍ଷର ବୃକ୍ଷରୋପଣ ଓ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଫେଲ ମାରିବା ପରେ ଚଳିତବର୍ଷ ପୁଣି ଏକ ପ୍ରସ୍ତୁତି ବୈଠକ। ଗତବର୍ଷ ଯେଉଁ କାର୍ଯ୍ୟ ହୋଇଥିଲା ତାହା କେତେଦୂର ସଫଳ ହୋଇଛି ଏବଂ ଚଳିତବର୍ଷ ରୌଦ୍ରତାପର ପ୍ରାଦୁର୍ଭାବ କିପରି ତାକୁ ନିଜ ମୁହଁରେ ବଖାଣିଛନ୍ତି ସିଏମସି ମେୟର ସୁବାସ ସିଂହ । ସମାଜସେବୀଙ୍କ ସ୍ୱର ଉତ୍ତୋଳନ ପରେ ସିଏମସି ପକ୍ଷରୁ ତତ୍ପରତା। ଗତବର୍ଷର ସିଏମସି ଏହି କାର୍ଯ୍ୟରେ ଫେଲ ମାରିଥିବା ବେଳେ ଚଳିତବର୍ଷ ୫ଲକ୍ଷ ଗଛ ଲଗାଇବା ପାଇଁ ନିଷ୍ପତ୍ତି । ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ସିଏମସି କମିଶନର ବିଜୟ କୁମାର ଦାସ ବର୍ତ୍ତମାନ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରାକୁ ନେଇ ଚଳିତବର୍ଷ ହୋଇଥିବା ବୃକ୍ଷରୋପଣ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଓ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଯାହାକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି। ଦିନକୁ ଦିନ କ୍ରମାଗତ ଭାବେ ତାପମାତ୍ରାରେ ବୃଦ୍ଧି.. ସହର ପରିବେଶ ସୁରକ୍ଷା ଓ ତାପମାତ୍ରା ନିୟନ୍ତ୍ରଣକୁ ନେଇ ଗତବର୍ଷ ସିଏମସି ଫେଲ ମାରିବା ପରେ ଚଳିତବର୍ଷ ପୁଣି ଥରେ ଏଥିପାଇଁ ଅଣ୍ଟା ଭିଡ଼ିଛି। ଅନ୍ୟପକ୍ଷରେ କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଥିବା କମିଶନରଙ୍କୁ ନେଇ ମଧ୍ୟ ନୂଆ ଆଶା କରାଯାଉଛି। ତେବେ ଆଗାମୀ ଦିନରେ ସିଏମସିର ଏହି ତତ୍ପରତା କେତେଦୂର ସଫଳ ହେଉଛି ନା ପୁଣିଥରେ ଏହି କାର୍ଯ୍ୟ ଗଣମାଧ୍ୟମ ପୃଷ୍ଠାରେ କେବଳ ଖବର ହୋଇ ରହିଯିବ ତା ଉପରେ ନଜର ।

Exit mobile version