Site icon Awaj Media

ଗଜପତି ଲେଖିକା ସଂସଦ ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ କେଉଟ ସାହି ରେ ଗଜପତି ଲେଖିକା ସଂସଦ ଗଠନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାରଳା ର କିଛି ବୁଦ୍ଧିଜୀବୀ ଓ ଲେଖିକା ମାନେ ଯୋଗଦେଇ “ଓଡ଼ିଶା ଲେଖିକା ସଂସଦ “ କଟକ, ର ପୂର୍ଣ୍ଣ ସହମତିରେ ଗଜପତିରେ ଏହାର ଏକ ଶାଖା ଭାବେ “ଗଜପତି ଲେଖିକା ସଂସଦ ” ଗଠନ ପାଇଁ ସ୍ଥିରୀକୃତ ହେଲା । ଆଜିର ବୈଠକରେ ବରିଷ୍ଠ କବୟତ୍ରୀ ତଥା ଲେଖିକା ଶ୍ରୀମତୀ କୁମୁଦିନୀ ଭୁକ୍ତା, କବୟତ୍ରୀ ତଥା ଲେଖିକା ଡ. ଭାରତୀ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶିକ୍ଷୟତ୍ରି ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ, ଆଇନଜୀବୀ ଅନୀତା ମିଶ୍ର, ସମାଜସେବୀ ଶ୍ରୀମତୀ ମିନା କୁମାରୀ ଟହଲ, ଅଧ୍ୟାପିକା ନଳିନୀ ସାବତ ପ୍ରମୁଖ ଯୋଗଦେଇ ଏହି ଗଜପତି ଲେଖିକା ସଂସଦ ଗଠନ କରିବା ପାଇଁ ସହମତି ପ୍ରଦାନ କରିଥିଲେ । ପରବର୍ତ୍ତୀ ବୈଠକରେ ଦାୟିତ୍ୱ ବଣ୍ଟନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ସଭାଶେଷରେ ଶ୍ରୀମତି ଚିନ୍ମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version