Site icon Awaj Media

ସିଂଘମ୍ ଟାଇକୋଣ୍ଡ ପକ୍ଷରୁ ଦଶମ କଲର ବେଲ୍ଟ ପ୍ରମୋସନ୍ ଟେଷ୍ଟ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସିଂଘମ୍ ଟାଇକୋଣ୍ଡ ଏକାଡେମୀ ପକ୍ଷରୁ ଚଣ୍ଡିବଜାର ସ୍ଥିତ ଏନ୍ ଏମ ଆଇଟିସି ରେ ଏହାର ଦଶମ କଲର ବେଲ୍ଟ ପ୍ରମୋସନ୍ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଟାଇକୋଣ୍ଡ ଆସୋସିଏସନର ମୁଖ୍ୟ ସମ୍ପାଦକ ମନମୋହନ ଭଞ୍ଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଥିବା ୫୦ରୁ ଉର୍ଦ୍ଧ୍ବ ବାଳକ ଓ ବାଳିକା ମାନଙ୍କର ଶାରୀରିକ ଦକ୍ଷତା ଓ ଫିଟନେସ ଟେଷ୍ଟ ନେଇଥିଲେ । ଟାଇକୋଣ୍ଡ ହେଉଛି ଏକ ସାଉଥ୍ କୋରିଆନ ମାର୍ଶଲ ଆର୍ଟ । କିକ୍ ଓ ପଞ୍ଚ ମାଧ୍ୟମରେ ଏହା ଶିକ୍ଷା ଦିଆଯାଇଥାଏ । ନିଜେ ନିଜର ଆତ୍ମ ସୁରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିବାରେ ଏହି ମାର୍ଶଲ ଆର୍ଟ ସହାୟକ ହୋଇଥାଏ ।ଆଜିର ଏହି କାର୍ଯ୍ୟକ୍ରମରେ ସିଂଘମ ଟାଇକୋଣ୍ଡ ଏକାଡେମୀର ମୁଖ୍ୟ କୋଚ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ସରୋଜ କାନ୍ତ ସାମଲ, ପ୍ରେସିଡେଣ୍ଟ ରାଜଲକ୍ଷ୍ମୀ ଦ୍ବିବେଦୀ, ସେକ୍ରେଟାରୀ କରୁଣାମୟୀ ବାରିକ, ବିବେକାନନ୍ଦ ସାମଲ, ଏସ.କେ. କଫିରୁଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିଲେ । ପାଠ ପଢିବା ସହ ଟାଇକୋଣ୍ଡ ଶିକ୍ଷା ଲାଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମେଡାଲ ଓ ମାନପତ୍ର ପାଇ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ନିଜକୁ ଗର୍ବ ଅନୁଭବ କରିବା ସହ ସିଂଘମ୍ ଟାଇକୋଣ୍ଡ ଏକାଡେମୀର କୋଚ ସୁଶାନ୍ତ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ ।

Exit mobile version