ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ୍ କୁମାରଙ୍କ ନିର୍ଦ୍ଦେଶକ୍ରମେ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି।ପାରଳା ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ସରକାରୀ ଓକିଲ ବୃନ୍ଦାବନ ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡି ଏସ୍ ପି ଆଲୋକ ରଞ୍ଜନ ରାୟ,ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି, ଓକିଲ ସଂଘର ସଭାପତି ଆଇନଜୀବୀ ସ୍ୱରୂପ ପାଳ, ବରିଷ୍ଠ ଆଇନଜୀବୀ ହୀରାଚାନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ନୂତନ ଭାବେ ତିନୋଟି ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ବିଷୟରେ ଉପସ୍ଥିତ ଅତିଥି ମାନେ ଆଲୋଚନା କରି ବୁଝାଇ ଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ପୋଲିସ କର୍ମଚାରୀ,ଆଇନଜୀବୀ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *