Site icon Awaj Media

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ଗଜପତି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ବିରୋଧ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସମର୍ଥକ ଯୁବ ମୋର୍ଚ୍ଚାର ସଭାପତି ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ରାହୁଲ ଗାନ୍ଧୀ ମୂର୍ଦ୍।ବାଦ ନାରାବାଜୀ ଦେବା ସହ ରାହୁଲ ଗାନ୍ଧୀଙ୍କ ଫୋଟ ଚିତ୍ରକୁ ଦାହ କରି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବୀ କରିଥିଲେ।ରାହୁଲ ଗାନ୍ଧୀ ପାର୍ଲିଆମେଣ୍ଟ ଡିଭେଡ ସମୟରେ ହିନ୍ଦୁ ମାନଙ୍କୁ ଯେଉଁ ପ୍ରକାର କଟାକ୍ଷ କରିଥିଲେ ସେଥିପାଇଁ ଯଦି ଆଗାମୀ ଦିନରେ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର କହିଥିବା ବେଳେ ଯୁବ ମୋର୍ଚ୍ଚା ସଭାପତି ବାଳ କୃଷ୍ଣ ପାତ୍ର ଚେତାବନୀ ଦେଇଥିଲେ। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, କାଉନସିଲର ବିଭୁତି ଭୂଷଣ ବେହେରା, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ଚିଟି, ଯୁବନେତା ଦିବାକର ଇ. ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version