Site icon Awaj Media

ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ କଳାସିଂ ଗ୍ରାମରେ ବନ ମହୋତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମ ନିକଟସ୍ଥ ତଥା ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ କଳାସିଂ ଗ୍ରାମରେ 75ତମ ବନମହୋତ୍ସବ ପାଳିତ ହୋଇଛି । ଏହି ଅବସରରେ କଳାସିଂ ଗ୍ରାମ ନିକଟରେ ଥିବା 20ହେକ୍ଟର ପରିମିତ ଲଣ୍ଡା ପାହାଡରେ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶିଶୁର କୁମାର ବିଶୋଇ, ଲାବାଣ୍ୟଗଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ନରସିଂହ ବେହେରା, ଗାରବନ୍ଧ ଫରେଷ୍ଟର ଦୁର୍ଯ୍ୟଧନ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ଗଣ ବୃକ୍ଷର ଉପକାରିତା ସମ୍ପର୍କରେ କହିବା ସହ ବୃକ୍ଷ ହିଁ ଜୀବନ ବକ୍ତବ୍ୟ ରଖିଥିଲେ । ଜଳବାୟୁରେ ପରିବର୍ତ୍ତନ ସମସ୍ୟାର ସମାଧାନ ନିମନ୍ତେ ବୃକ୍ଷହିଁ ପରିବେଶକୁ ସନ୍ତୁଳିତ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ଏହାପରେ ଗ୍ରାମ ନିକଟସ୍ଥ ପାହାଡରେ ମଞ୍ଚାସୀନ ଅତିଥି ଗଣ ଏବଂ ଉପସ୍ଥିତ ଜନସାଧାରଣ ଚାରା ରୋପଣ କରିଥିଲେ ।

Exit mobile version