Site icon Awaj Media

ରକ୍ତ ଭଣ୍ଡାର କର୍ମକର୍ତ୍ତାଙ୍କ ସ୍ମୃତିରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହାନଗର ନିଗମର ରକ୍ତ ଭଣ୍ଡାର କର୍ମକର୍ତ୍ତା କୈବଲ୍ୟ ପ୍ରଧାନ ଙ୍କ ସ୍ମୃତିରେ ବି ଏମ୍ ସି ହସ୍ପିଟାଲ ପରିସରରେ ରକ୍ତଦାନ ଶିବିର ସହିତ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ ଅଧିକାରୀ ଡ ସିଦ୍ଧାର୍ଥ ଶଙ୍କର ରାୟ, ବି ଏମ୍ ସି ରକ୍ତ ଭଣ୍ଡାର ଅଧିକାରୀ ଡ କଲ୍ୟାଣ କୁମାର ସରକାର, ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ଅଧିକାରୀ ଡ ଦେବାଶିଷ ମିଶ୍ର, ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ଡାକ୍ତର ଦେବୀ ପ୍ରସାଦ ରଥ, ଏସିପି ଲଳିତେନ୍ଦୂ ମହାନ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ପୂର୍ବତନ ସଭାପତି ସଂଗ୍ରାମ ପାଇକରାୟ, ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ରକ୍ତ ନିରାପତ୍ତା ବିଭାଗ ସ୍ୱରୂପ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅକ୍ଷୟ ରାଉତ, ଅଫତାବ, ବିଭୂତି ଭୂଷଣ ସାହୁ, ଗୁନୁ ଆଚାର୍ଯ୍ୟ , ପ୍ରକାଶ ଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ଶଶିକାନ୍ତ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ ର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Exit mobile version