Site icon Awaj Media

ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାସ୍ତରୀୟ ଅଧିକ୍ଷକ କୃଷ୍ଟରୋଗ (ADPHO) ଡଃ.ଇନ୍ଦିରା ମହାପାତ୍ର , ଗୁରାଣ୍ଡି ହସ୍ପିଟାଲ୍ ଜନସ୍ବାର୍ଥ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ (PHEO) ସୁଶ୍ରୀ ମମତା ପାଢ଼ୀ , ବିଶିଷ୍ଟ ସାମ୍ବାଦିକ ତଥା ସମାଜସେବୀ ଭାଗବତ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଡଃ. ମହାପାତ୍ର ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଯେଉଁଥିରେ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଗୁଞ୍ଜନ୍ ମଲାଣ (ପ୍ରଥମ), ୧୦ ଶ୍ରେଣୀ ଛାତ୍ରୀ ରୋଶନୀ ଚୌଧୁରୀ (ଦ୍ଵିତୀୟ),୮ଶ୍ରେଣୀ ଛାତ୍ର ଶ୍ରୀମାନ୍ ଧିରଜ୍ ବଡରଇତ (ତୃତୀୟ) ଅଧିକାର କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମଟି ସୁଶ୍ରୀ ମମତା ପାଢ଼ୀ ନେତୃତ୍ୱରେ ତଥା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ତଥା ବିଦ୍ୟାଳୟର ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।

Exit mobile version