Site icon Awaj Media

ପାରଳାଖେମୁଣ୍ଡି ରେ ଜବରଦଖଲ ଉଚ୍ଛେଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ବଡ଼ଦାଣ୍ଡରେ ଜବରଦଖଲ ଉଚ୍ଛେଦ ହୋଇଥିବା ଦେଖିବାକୁ ମିଳିଛି । ଆଗକୁ ରଥଯାତ୍ରା ଥିବା ବେଳେ ଜବରଦଖଲ ଉଚ୍ଛେଦ କରାଯାଇଛି । ରଥଯାତ୍ରା ସମୟରେ ଆଗାମୀ ଦିନରେ ଭକ୍ତଙ୍କ ଭିଡ ଜମିବ , ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜବରଦଖଲ ଉଚ୍ଛେଦ ବେଳେ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ ମଧ୍ୟ ପ୍ରଶାସନ ଜବରଦଖଲ ଉଚ୍ଛେଦ ଜାରି ରଖିଥିଲା । ଆଗକୁ ବଜାର ପଟେ ଉଛେଦ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହି ଉଛେଦ ସମୟରେ ତହସିଲଦାର, ଉପଜିଲ୍ଲାପାଳ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଏସଡିପିଓ ମାଧବନନ୍ଦ ନାୟକ ଓ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

Exit mobile version