Site icon Awaj Media

ଆରମ୍ଭ ହେଲା ଟ୍ୟାଲେଣ୍ଟ ଷ୍ଟାର ଓଡ଼ିଶା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ରାଜ୍ୟର ଆଗ ଧାଡିର ନୃତ୍ୟ ସଂଗଠନ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପକ୍ଷରୁ ଭଦ୍ରକ ଜିଲ୍ଲାର ରାମସରପୁର ଠାରେ ଉଦ୍ଘାଟିତ ହୋଇ ଯାଇଛି ଟ୍ୟାଲେଣ୍ଟ ଷ୍ଟାର ଓଡ଼ିଶା କାର୍ଯ୍ୟକ୍ରମ । ଏଥିରେ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍, ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଚିନ୍ମୟ ଦାଶ, ଶଶିକାନ୍ତ ପଣ୍ଡା, ସ୍ଥାନୀୟ ସରପଞ୍ଚ ରଣଜିତ କୁମାର ଜେନା , ଜଗବନ୍ଧୁ ଜେନା , ସତ୍ୟ ରଞ୍ଜନ ଜେନା , ଭାଗିରଥି ପଣ୍ଡା ଆଦି ଯୋଗଦାନ କରି ଗାଆଁ ଗହଳିର ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହିଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୫୦ରୁ ଉର୍ଦ୍ଧ୍ବ ପ୍ରତିଭା ଅଂଶ ଗ୍ରହଣ କରିଥିଲେ ।

Exit mobile version