Site icon Awaj Media

ପାଇକମାଳ ଠାରେ ବ୍ଲକ ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ପାଇକମାଳ ଠାରେ ବ୍ଲକ ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ ! ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ବରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦଘାଟନ ହୋଇଥିଲା । ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୨ ଗୋଟି ଜିଲ୍ଲା ଏବଂ ୫୦୦ ବ୍ଲକର ଦୁର୍ଗମ ଓ ଅନୁନ୍ନତ ବ୍ଲକ ମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ ହୋଇଛି, ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଅଦୁ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ , ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ , ଛାତ୍ର ଛାତ୍ରୀ , ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

Exit mobile version