Site icon Awaj Media

ବାଣପୁର ରେ ଗଡିଲା ଚରଣ ଚକାଦେବ ଓ ରଙ୍କନାଥ ଦେବଙ୍କ ତିନି ରଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଗନ୍ନାଥ ସଂସ୍କୃତିର ଅନ୍ୟତମ ପୀଠ ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଓ ଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି । ଶ୍ରୀ ରଙ୍କନାଥ ଦେବଙ୍କ ନବ ଯୈାବନ ଦର୍ଶନ ପରେ ପରେ ରଥ ଯାତ୍ରା ଅବସରରରେ ପାରମ୍ପରିକ ବିଧି ଅନୁସାରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ ପରେ ରଥ ପ୍ରତିଷ୍ଠା କରାଯାଇ ଠାକୁର ମାନଙ୍କୁ ଗୋଟି ପହଣ୍ଡି କରାଯାଇ ରଥା ରୂଢ କରାଯାଇଥିଲା । ଏହାପରେ ପାରିକୁଦ ରାଜା ସନ୍ତୋଷ କୁମାର ମର୍ଦ୍ଦରାଜ ମାନସିଂହ ଛେରା ପହଁରା କରିଥିଲେ । ସନ୍ଧ୍ୟାରେ ରଥ ଟଣା ଆରମ୍ଭ ହୋଇଥିଲା । ଅନୁକୂଳ ପାଗ ଯୋଗୁ ହଜାର ହଜାର ଭକ୍ତ ରଥ ଟାଣିବା ସହ ପ୍ରଭୁଙ୍କୁ ଦର୍ଶନ କରି ଭୋଗ ରାଗ କରିଥିଲେ । ତେବେ ଶ୍ରୀ ଜିୟୁଙ୍କ ତିନି ରଥ ଜଗନ୍ନାଥପୁର ଛକରେ ଅଟକି ରହିଥିବା ବେଳେ ଆଜି ପୂର୍ନବାର ରଥ ଟଣା ଆରମ୍ଭ ହୋଇଛି । ତେବେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ ସୁଭଦ୍ରାଙ୍କ ଦର୍ପ ଦଳନ ରଥକୁ କେବଳ ମହିଳା ଓ ଯୁବତୀ ମାନେ ଟାଣିଥିଲେ । ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନେ ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନୁରୂପ ଭାବେ ଏ୍ୟୖତିହାସିକ ପଲଟଣ ପଡ଼ିଆ ନିକଟସ୍ଥ ଶ୍ରୀ ଚରଣ ଚକାଦେବଙ୍କ ରଥ ଯାତ୍ରାରେ ଭାଟପଡ଼ା ଦଳବେହେରା ଶ୍ରୀ ମାନବେନ୍ଦ୍ର ମହାରଥା ଛେରା ପହଁରା କରିଥିଲେ । ରଙ୍କନାଥଙ୍କ ରଥଯାତ୍ରାରେ ତିନୋଟି ରଥ ହେଉଥିବା ବେଳେ ଚରଣ ଚକାଦେବଙ୍କ ଚତୁର୍ଦ୍ଧା ମୂର୍ତ୍ତି ଗୋଟିଏ ରଥରେ ଯାତ୍ରା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Exit mobile version