Site icon Awaj Media

ଭଗିପୁର ଗ୍ରାମରେ ବନ ମହୋତ୍ସବ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଳକ ଅନ୍ତର୍ଗତ ଭଗିପୁର ଗ୍ରାମରେ ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଏବଂ ଭାରତ ସରକାରଙ୍କ ନେହେରୁ ଯୁବ କେନ୍ଦ୍ର ସଂଗଠନ କଟକର ମିଳିତ ଆୟୋଜନରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମାଜସେବୀ କବି ବଂଶୀଧର ମହାପାତ୍ର, ପ୍ରଶିକ୍ଷକ ଲଲାଟେନ୍ଦୁ ପଣ୍ଡା, ଅଙ୍ଗନବାଡ଼ି ଦିଦି ସୌଦାମିନୀ ପ୍ରଧାନ, ସସ୍ମିତା ସାହୁ, ଚାନ୍ଦିନୀ ସାହୁ, ରଞ୍ଜିତା ସାହୁ, ଜୟନ୍ତୀ ଦାସ, କସ୍ତୁରୀ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମୌସୁମୀର ଆଗମନରେ ବର୍ଷା ହେବା ଭିତରେ ଆରମ୍ବ ହୋଇଛି ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ | ଗାଁର ଯୁବତୀ ମାନେ ଆଗଭର ହୋଇ ବୃକ୍ଷ ଲଗେଇବାରେ ସହଯୋଗ କରିଥିଲେ | ବନ ମହୋତ୍ସବ ପାଳନ ଏବଂ ପରିବେଶ ସୁରକ୍ଷା ଉପରେ ଗାଁର ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଆବାହକ ଅକ୍ଷୟ କୁମାର ସାମଲ ସଚେତନ କରାଇଥିଲେ | ବଉଳ କୋଳି, ବେଲ, ଅଁଳା,ପିଜୁଳି ପ୍ରମୁଖ ଚାରା ଲଗା ଯାଇଥିଲା | ସୌଦାମିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version