ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତିବଂଧୁ ମୀନକେତନ ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅତିଥି ମାନେ ପରିବେଶ ସୁରକ୍ଷା ସଂପର୍କିତ ବକ୍ତବ୍ଯ ପ୍ରଦାନ ସହ ପ୍ରତ୍ଯେକ ଗ୍ରାମରେ ସଚେତନତା ସଭା କରି ସମସ୍ତଙ୍କ ମିଳିତ ଉଦ୍ୟମରେ ବୃକ୍ଷରୋପଣ ସହିତ ସଂରକ୍ଷଣକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ଯରେ ଏମବିକେ ସଂଯୁକ୍ତା କର୍ଣ୍ଣେଲ, କୃଷି ମିତ୍ର ରଶ୍ମିରେଖା ଦେବତା, ବିଷ୍ଣୁପ୍ରିୟା ପଟେଲ, ପ୍ରେମବତୀ ଭୋଇ, ପ୍ରାଣୀ ମିତ୍ର ମୀରାବତୀ ସେଠ, ଚନ୍ଦ୍ରିକା ଭୋଇ, ସିଆରପିସିଏମ୍ ଯଶୋବନ୍ତୀ ଭୋଇ, ପୂର୍ଣ୍ଣିମା ଗହିର, ପାର୍ବତୀ ସାହୁ, ସଶ୍ମିତା ସୁନା, କସ୍ତୁରୀ ଭୁଏ, ଶାନ୍ତି ସାହୁ, ବିଳାସିନୀ ସାହୁ, ପଦ୍ମିନୀ ବାଗ, ପ୍ରେମାବତୀ ସାହୁ ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ଗ୍ରାମପଞ୍ଚାୟତର ପ୍ରତ୍ଯେକ ଗ୍ରାମରେ ତ୍ୱରାନ୍ୱିତ କରିବାକୁ ମତ ପ୍ରକାଶ କରିଥିଲେ । ବନବିଭାଗ ର ନର୍ସରୀ ଠାରୁ ବିଭିନ୍ନ ପ୍ରକାରର ଗଛ ହାତରେ ଧରି ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା କରିଥିଲେ ।
ମେଲଛାମୁଣ୍ଡା ଗ୍ରାମପଞ୍ଚାୟତ ରେ ବନ ମହୋତ୍ସବ ପାଳିତ !!!

