Site icon Awaj Media

ବରଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ମା’ ପାଇଁ ଗଛଟିଏ ଅଭିଯାନ ! ବରଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ! ବିଶ୍ୱ ପରିବେଶ ଦିବସ ଅବସରରେ “ ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ରାଜ୍ୟ ସରକାରଙ୍କର “ ମା’ ପାଇଁ ଗଛଟିଏ ” ଅଭିଯାନ ଜାରି ରହିଛି ! ବିଶ୍ୱ ପରିବେଶ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅଶ୍ଵିନୀ ଷଡଙ୍ଗୀ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗ ଦେଇ ଚାରା ରୋପଣ କରିଥିଲେ । ମା’ ଯେପରି ଆମ ଜୀବନର ପ୍ରମୁଖ ଅଂଶ ବିଶେଷ ସେହିଭଳି ବୃକ୍ଷ ମଧ୍ୟ ! ଏଣୁ ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ ଏବଂ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ । ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ସଂଗଠନ ଯୋଡି ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରୁଛନ୍ତି ! ତେଣୁ ସମସ୍ତେ ଏଭଳି ଏକ ସୁନ୍ଦର ଅଭିଯାନରେ ଜଡିତ ହୋଇ କାର୍ଯ୍ୟକ୍ରମକୁ ଜନାଦୃତ କରିବା ସହ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇ ସଫଳ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ ନିବେଦନ କରିଛନ୍ତି । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଚାରା ରୋପୋଣ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଉଦ୍ୟାନକୃଷି ବିଭାଗର ଉପ ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତାହିର ହୁସେନଙ୍କ ସମେତ ସଂସ୍କୃତି, ଉଦ୍ୟାନ କୃଷି ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇ ଚାରା ରୋପଣ କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରମୋଦ କୁମାର ସିଂ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Exit mobile version