Site icon Awaj Media

ସ୍ୱଚ୍ଛ ପରିବେଶ ପାଇଁ ଲାଗିବ ୫ଲକ୍ଷ ଗଛ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ସହର ସୁରକ୍ଷା ଦିଗରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସହରରେ ଯେଉଁଭଳି ଭାବରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଗ୍ରୀଷ୍ମ ପ୍ରକୋପରେ ସହରବାସୀ ଯେଉଁଭଳି ଅଣନିଶ୍ୱାସୀ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଚାଲିତ୍ଵେସ ସହରର ୫୯ୱାର୍ଡରେ ପ୍ରାୟ ୫ଲକ୍ଷ୍ୟ ଗଛ ଲଗାଇବା ପାଇଁ ସ୍ଥିର ହୋଇଛି। ଯାହାକୁ ନେଇ ଶୁକ୍ରବାର ଦିନ ବିଜୁଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସିଏମସି ମେୟର, କମିଶନର ବ୍ୟତୀତ ବହୁ ପଦାଧିକାରୀ ଯୋଗ ଦେଇଥିଲେ। ଦୀର୍ଘଦିନ ଧରି ସହର ତାପମାତ୍ରା ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣ ଆବଶ୍ୟକତା ରହିଛି ବୋଲି ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଦାବି କରି ଆସୁଥିଲେ। ଏହାବ୍ୟତୀତ ଏହି ବୈଠକରେ ପ୍ରାୟ ୫୦ରୁ ଉର୍ଦ୍ଧ ଏନଜିଓ ଯୋଗ ଦେଇଥିଲେ। ଏନଜିଓ ମାନଙ୍କ ଦ୍ୱାରା ସହରର ବିଭିନ୍ନ ଖାଲି ସ୍ଥାନରେ ଗଛ ଲଗାଯିବ ଏବଂ ଏହାର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ଦାୟିତ୍ୱ ଉକ୍ତ ସଂସ୍ଥା ତୁଲାଇବ। ସିଏମସି ଚାରା ସହ ଚିହ୍ନଟ ଜମି ଯୋଗାଇବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିଗତ ଦିନରେ ବୃକ୍ଷ ରୋପଣ ହୋଇଥିଲେ ମଧ୍ୟ ତାର ରକ୍ଷଣାବେକ୍ଷଣ ଅଭାବରୁ ଏହା ସେତେଟା ଫଳପ୍ରଦ ହେଉ ନଥିଲା। ମାତ୍ର ଚଳିତବର୍ଷ ଠାରୁ ଗଛ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯିବ !

Exit mobile version