Site icon Awaj Media

ଜନ ଦରଦୀ ବିଚାରପତି ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଏରଞ୍ଚ ସ୍ଥିତ ଗୋପବନ୍ଧୁ ପୌଢ ନିବାସର ମ୍ୟାନେଜିଂ ଟ୍ରଷ୍ଟି ଇ°.ମନମୋହନ ପତିଙ୍କ ସଭାପତିତ୍ବରେ ଜନ ଦରଦୀ ବିଚାରପତି ସ୍ବର୍ଗତ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ ଟ୍ରଷ୍ଟି ଅଭୟ କୁମାର ସ୍ବାଇଁ, ଆଡଭୋକେଟ୍ ରିଣ୍ଟୁ ନାୟକ ଓ ସମାଜସେବୀ ଚିତ୍ରସେନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ ଚୌଧୁରୀ ୬୦ ଦଶକର ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା, ରାଜ୍ୟର ଗଣତାନ୍ତ୍ରିକ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଜ ଗୁରୁଦାୟିତ୍ଵକୁ ସୂଚାରୁ ରୁପେ ତୁଲାଇ ସମାଜରେ ପ୍ରଶଂସନୀୟ ହୋଇପାରିଥିଲେ । ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଗୋପବନ୍ଧୁ ପୌଢ ନିବାସ ଗତ ୩୦ ଜାନୁଆରୀ ୨୦୧୫ରେ ବିଚାରପତି ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା। ତାଙ୍କ ଦଶାହ ଉପଲକ୍ଷେ ଅନୁଷ୍ଠିତ ଆଜିର ଶ୍ରଦ୍ଧାଞ୍ଜଳୀ ସଭାରେ ପୌଢ ନିବାସ ଅନ୍ତେବାସୀଙ୍କ ସମେତ ସମ୍ମାନୀୟ ଅତିଥି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କ ନିଷ୍ଠା ଓ ସାଧନା ଆଗାମୀ ଯୁବ ପିଢ଼ିକୁ ଜନ ଦରଦୀ କରି ଗଢ଼ିବା ପାଇଁ ପ୍ରେରଣା ଦେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Exit mobile version