Site icon Awaj Media

୨ ସନ୍ତାନ ଆଇନ ଲାଗୁ କରିବାକୁ କଟକ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ଅଭିବୃଦ୍ଧି କାରଣରୁ ଦେଖାଯାଉଥିବା ସମସ୍ୟାର ନିରାକରଣ ନିମନ୍ତେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ,କଟକଜିଲ୍ଲା ତରଫରୁ ସଭାନେତ୍ରୀ ସବିତା ରାଣୀ ଦାଶ ଓ କଟକସଦର ସଭାପତି ଶଶଧର ମିଶ୍ରଙ୍କ ନେତୃତ୍ୱରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି,ବର୍ଣ୍ଣ,ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଫାଉଣ୍ଡେସନର ଅନ୍ୟ ସଦସ୍ୟମାନେ ସତ୍ୟଭାମା ଦେବତା,ସୁଜାତା ନନ୍ଦ, ଵିଜୟାନନ୍ଦିନୀ ଲେଙ୍କା,ମଧୁସ୍ମିତା ଜେନା,ଵିଶଲ୍ୟା ରାଉତ,ମଧୁସ୍ମିତା ମହାନ୍ତି,ତୃପ୍ତିମୟୀ ମହାନ୍ତି, ଆଶୁତୋଷ ଦେଵତା,ଶିବାନୀ ମୁଦୁଲି, ୪୨ମୈ।ଜାର ସମାଜସେବୀ ପ୍ରସନ୍ନ ନାୟକ, ସାମ୍ବାଦିକ ଦୀପକ ଆଚାର୍ଯ୍ୟ, ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version