ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରେରଣା ଉତ୍ସବ ! ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ର ନୋଡାଲ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସବ ପାଳନ କରାଯାଇଛି l ଏହି ପ୍ରେରଣା ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ଜୟ କୁମାର ସାହୁ ଏବଂ ଏ.ବି.ଇ.ଓ ଧବଲେଶ୍ବର ବରିହା ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା ! ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ବିଚାରକ ଭାବେ ରବୀନ୍ଦ୍ର କୁମାର ପଣ୍ଡା, ସୁନୀଲ କୁମାର ପଣ୍ଡା, ଦିବାକର ଯୋଶୀ, ରମେଶ ଚନ୍ଦ୍ର ସାହୁ, ସ୍ନିଗ୍ଧାରାଣୀ ଦାସ, ମୋହନ ରାଣା, ସୁଦର୍ଶନ ବାରିକ ପରିଚାଳନା କରିଥିଲେ l ରଚନା, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ , ଯେଉଁ ଛାତ୍ର ଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିବେ ସେ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ସାମିଲ ହୋଇପାରିବେ l
ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରେରଣା ଉତ୍ସବ !!!

