Site icon Awaj Media

ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ । ଯାଜପୁର ଜିଲ୍ଲା ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ପୃଥିବୀରେ ଶାଖା କାର୍ଯ୍ୟାଳୟ ମାଧ୍ୟମରେ କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଫ୍ରିକା ରାଷ୍ଟ୍ରୀୟ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଆନ୍ତର୍ଜାତିକ ମୁକ୍ତାକାଶ ବିଦ୍ୟାଳୟ – ଅବଧାନଙ୍କ ପାଠଶାଳା ମାଧ୍ୟମରେ ଜାରି ରହିଛି ଘୋଡ଼ା ଦୌଡ ପ୍ରଶିକ୍ଷଣ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଫ୍ରିକାରେ ସଂଯୋଜକ ମଗଜିମା ଭିଡୋ ଭୂୟାନୀ ଙ୍କ ନେତୃତ୍ବରେ ମାଟେଟାଇଲ ଠାରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।

Exit mobile version