Site icon Awaj Media

ବାଣପୁର ସାଇ ମନ୍ଦିର ରେ ଗୁରୁ ପୁର୍ଣିମା ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଗୁରୁ ପୁର୍ଣିମା ଉପଲକ୍ଷେ ବାଣପୁର ର ଶିରିଡି ସାଇ ମନ୍ଦିର ରବିବାର ପ୍ରତ୍ୟୁଷ ରୁ ଭକ୍ତ ଙ୍କ ଭିଡ଼ ରେ ଚଳ ଚଞ୍ଚଳ ହୋଇ ଉଠିଥିଲା । ଏହାକୁ ବଡ଼ ଧୁମ ଧାମ ରେ ସାଇ ଭକ୍ତ ମାନେ ପାଳନ କରିଛନ୍ତି । ଏହି ଉପଲକ୍ଷେ ପ୍ରତ୍ୟୁଷ ରେ କାକଡ଼ ଆରତି ପରେ ଶିରିଡି ସାଇ ବାବା ଙ୍କ ମହାସ୍ନାନ ପରେ ହୋମାଦିକର୍ମ ଅନୁଷ୍ଠିତ ହୋଇଥିଲା ! ଏହି ହୋମ କାର୍ଯ୍ୟକ୍ରମ କୁ କର୍ତ୍ତା ଶଶାଙ୍କ ମାର୍ଥା ସପତ୍ନୀକ ନିର୍ବାହ କରିଥିଲେ ! ମଧ୍ୟାହ୍ନରେ ଆରତୀ ପରେ ପ୍ରସାଦ ସେବନ କରାଯାଇଥିଲା , ସନ୍ଧ୍ୟା ଆରତୀ ପରେ ବାବାଙ୍କ ଏକ ଭବ୍ୟ ପାଲିଙ୍କି ଶୋଭାଯାତ୍ରାରେ ସହ ସହ ଶ୍ରଦ୍ଧାଳୁ ବାବାଙ୍କୁ ନେଇ ନଗର ପରିକ୍ରମା କରିଥିଲେ । ପଟୁଆର ସାଙ୍ଗ କୁ ସାଇଧୁନ ତାଳ ତାଳ ରେ ଶ୍ରଦ୍ଧାଳୁ ମାନେ ପାଲିଙ୍କି କାନ୍ଧେଇ ନଗର ପରିକ୍ରମା ର ବେଶ ମନମୁଗ୍ଧକର ହୋଇଥିଲା ! ସେହିପରି ବାଣପୁର ର ସତ୍ୟ ସାଇ ମନ୍ଦିର ରେ ମଧ୍ୟ ଗୁରୁପୂର୍ଣ୍ଣିମା ମହା ସମାରୋହ ରେ ପାଳନ କରାଯାଇଛି ।।

Exit mobile version