ନିଆରା ଢଙ୍ଗରେ ଲେଖକ ଙ୍କ ଜନ୍ମଦିନ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଆ ଓ ଇଂରାଜୀ ଦୈନିକ ଖବର କାଗଜ ର ସ୍ତମ୍ଭ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକ ଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ବପ୍ନ ମନ୍ଦିର ଜରାଶ୍ରମ ପକ୍ଷରୁ ନିଆରା ଢଙ୍ଗରେ ଏହା ପାଳନ କରାଯାଇଛି । ଜରାଶ୍ରମ ରେ ଉପସ୍ଥିତ ବୃଦ୍ଧ ପିତା ମାତା ଙ୍କ ଗ୍ରହଣ ରେ କେକ କାଟି ପାଳନ କରିଥିଲେ ଜନ୍ମଦିନ । ଅନୁଷ୍ଠାନ ର ପ୍ରତିଷ୍ଠାତା ପ୍ରିତମ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ସରୋଜ କୁମାର ସାହୁ, ଦେବାଶିଷ ଭୁକ୍ତା, ଅକ୍ଷୟ କୁମାର ଦେବତା, ଚନ୍ଦ୍ରକାନ୍ତ ପ୍ରଧାନ, ଅମର ତାଣ୍ଡି, ନନ୍ଦକିଶୋର ବିଶି , କୁମୁଦିନୀ ନନ୍ଦ, ମାନିନୀ ବାଘ, ହାରଧନ ରଣା , ତୁଳସୀ ଭୋଇ, ଚୁମୁକି ବିଶି, ନବକିଶୋର ପୁରୋହିତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସ୍ତମ୍ଭ ଲେଖକ ରବି ନାରାୟଣ ପଟ୍ଟନାୟକ । ଏହି ପରି ନିଆରା ଢଙ୍ଗରେ ପାଳନକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *