Site icon Awaj Media

ଗଜପତି ଜିଲ୍ଲାରେ କୌଶଳ ରଥ ଶୁଭାରମ୍ଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ପାରଳା ବିଧାୟକ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୌଶଳ ରଥକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟଳୟ ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ, ଆଶ୍ରମ ସ୍କୁଲ,ମହାବିଦ୍ୟାଳୟ, ଆଇଟିଆଇ ସ୍କୁଲ ଓ ପଲିଟେକନିକ୍ କଲେଜ ଇତ୍ୟାଦି ତା.୨୨ ଜୁଲାଇ ୨୦୨୪ ପଯ୍ୟନ୍ତ ବୁଲି ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଲକ୍ଷ୍ୟ ରହିଛି । ଡିଜିଟାଲ କାରବାରକୁ ବୃଦ୍ଧି କରିବା ଦିଗରେ ଏହି କୌଶଳ ରଥ ସହାୟକ ହେବ। ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ପକ୍ଷରୁ ଏହି କୌଶଳ ରଥ ଜରିଆରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ମହିଳା, ଗ୍ରାମୀଣ ଯୁବ ବର୍ଗ ଓ ଆଶାୟୀ ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଜନା କରାଯାଇଛି। ଏହି କୌଶଳ ରଥରେ ଅତ୍ୟାଧୁନିକ ଉପକରଣ,ସୁବିଧା ସହ ପ୍ରଶିକ୍ଷକ ମାନଙ୍କ ଉପସ୍ଥିତିରେ ଡିଜିଟାଲ ସାକ୍ଷରତା, ଆର୍ଥିକ ସାକ୍ଷରତା, ଖୁଚୁରା ଏବଂ ଉଦ୍ୟୋଗୀ ଦକ୍ଷତା ଉପରେ ତାଲିମ ଦିଆଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ, ଦକ୍ଷତା ବିକାଶ ନିଯୁକ୍ତି ଅଧିକାରୀ ଶ୍ରୀ ଶୁଭାଶିଷ ସାହୁ, ରାଜ୍ୟ ଦକ୍ଷତା ବିକାଶ କେନ୍ଦ୍ରର ବିଭିନ୍ନ କର୍ମଚାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version