Site icon Awaj Media

ଶ୍ରାବଣ ମାସର ପ୍ରଥମ ସୋମବାରେ ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରାବଣ ମାସ ପ୍ରଥମ ସୋମବାର ରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭୋରରୁ କାଉଡ଼ିଆ ମାନେ ପବିତ୍ର ମହେନ୍ଦ୍ରତନୟା ନଦୀରୁ ପୂଜାର୍ଚ୍ଚନା କରି କାନ୍ଧରେ ଜଳ ଆଣି ପ୍ରଭୁ ମହାଦେବଙ୍କୁ ଅଭିଷେକ କରିଥିଲେ। କାଉଡିରେ ପାଣି ଆଣି ଶିବଙ୍କୁ ଅଭିଷେକ କଲେ ନିଜର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି । ଭକ୍ତମାନେ ନଡ଼ିଆ କଦଳୀ, ଧୂପ ଦୀପ ବେଲପତ୍ର କ୍ଷୀର ଦହି ମହୁ ସାଙ୍ଗରେ ଆଣି ଠାକୁରଙ୍କ ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରାବଣ ମାସରେ ଠାକୁରଙ୍କୁ ଅଭିଷେକ କଲେ ନିଜର ମନସ୍କାମନା ପୂର୍ଣ୍ଣ ହେବା ସହ ମନରେ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି !

Exit mobile version