ଅଖିଳ ଭାରତୀୟ ସାହିତ୍ଯ ପରିଷଦ ଗଜପତି ଜିଲ୍ଲା ଶାଖା ” ମହେନ୍ଦ୍ର ତନୟା ସାହିତ୍ଯ ସଂସଦ” ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ବ୍ଯାସ ପୂର୍ଣ୍ଣିମା ଉପଲକ୍ଷେ ଅଖିଳ ଭାରତୀୟ ସାହିତ୍ଯ ପରିଷଦ, ଗଜପତି ଜିଲ୍ଲା ଶାଖା “ମହେନ୍ଦ୍ର ତନୟା ସାହିତ୍ଯ ସଂସଦ” ତରଫରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ଅତି ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବରେ ପାରଳାଖେମୁଣ୍ଡି ସ୍ଥିତ ଦେବୀମଠର ମଠାଧୀଶ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଯୋଗ ଦେଇ ଭାରତୀୟ ସଂସ୍କୃତି , ଧର୍ମ , ଦର୍ଶନ ପ୍ରଚାରରେ ଗୁରୁମାନଙ୍କ ବିଶେଷତ୍ବ ଉପରେ ଆଲୋଚନା କରିଥିଲେ । ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଗୁରୁ ପରମ୍ପରାର ପ୍ରାରମ୍ଭ ଓ ଧାରାବାହିକତା ଉପରେ ଆଲୋଚନା କରିଥିଲେ । ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଡ.କଲ୍ୟାଣୀ ମିଶ୍ର ତାଙ୍କ ଅଭିଭାଷଣରେ ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ ବା ପ୍ରଜ୍ଞାଗୁରୁଙ୍କ ଉପରେ ଆଲୋକପାତ କରିଥିଲେ । ଆଲୋଚନାରେ ଆଚାର୍ଯ୍ଯ ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପକ ସୌଦାଗର ସିଅ , ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା , ଶ୍ରୀମତୀ ମୀନା ଟହଲ , ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ବବିତା ପୁରୋହିତ , ଶ୍ରୀ ମନୋଜ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇ ଗୁରୁପୂର୍ଣ୍ଣିମା ପାଳନର ବିଶେଷତ୍ବ ଉପରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରଥ ଅତିଥି ପରିଚୟ ଦେଇଥିବା ବେଳେ ଜ୍ଯୋତିର୍ମୟୀ ଓ ଆଦ୍ଯାଲିପ୍ସା ଗୁରୁ ବନ୍ଦନା ଗାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସ୍ନିଗ୍ଧା ମିଶ୍ର ପରିଚାଳନା କରିଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *