Site icon Awaj Media

ଗୁରୁ ପୂର୍ଣ୍ଣିମାରେ ସ୍ବର୍ଗତ ବାପା ବୋଉଙ୍କ ସ୍ମୃତିରେ ବୃକ୍ଷରୋପଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଗୁରୁ ପୂର୍ଣ୍ଣିମାରେ ସ୍ବର୍ଗତ ବାପା ବୋଉଙ୍କ ସ୍ମୃତିରେ ବୃକ୍ଷରୋପଣ | ଏବେ ଚାଲିଛି ବର୍ଷାଋତୁ | ଲଗାଣ ବର୍ଷାରେ ଶୁଷ୍କ ପାଲଟିଥିବା ଟାଙ୍ଗରାଭୂଇଁ ଶସ୍ୟ ସାମଳା ପାଲଟିଛି | ପରିବେଶ ସୁରକ୍ଷା ଓ ଜନ ସଚେତନତା ପାଇଁ ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଯୁବ ସାହିତ୍ୟିକ ଦମ୍ପତି ତଥା ସାମାଜିକ କର୍ମୀ ସୁବ୍ରତ କୁମାର ନାୟକ ଏବଂ ଅଧ୍ୟାପିକା ମମତା ଜେନାଙ୍କ ଏକ ନିଆରା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି | ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆରମ୍ଭ ଠାରୁ ପ୍ରତି ରବିବାର ଓ ଛୁଟି ଦିନରେ ବିଭିନ୍ନ ଗ୍ରାମରେ ବୃକ୍ଷରୋପଣ କରିବା ଓ ପରିବେଶ ସଚେତନତା ଉପରେ କାର୍ଯ୍ୟକ୍ରମ ଜାରି ରଖି ଆସିଛନ୍ତି | ଗୁରୁପୂର୍ଣ୍ଣିମାରେ ନିଜ ବାପା ବୋଉଙ୍କ ସ୍ମୃତିରେ ଆୟୁଷ ସେବା ଘର ପରିସରସ୍ଥ ଦୁଇ ଗୁଣ୍ଠ ଖୋଲା ସ୍ଥାନ ଏବଂ ଅରପୁର ଗ୍ରାମ୍ୟ ମଙ୍ଗଳା ମନ୍ଦିର ରାସ୍ତାରେ ପଚାଶରୁ ଅଧିକ ଔଷଧିୟ ବୃକ୍ଷ ସହିତ ଜାମୁ, ଲିମ୍ବ, ଵେଲ, ଶାଗୁଆନ, ସିଜୁ, ବଉଳ ଗଛସବୁ ଲଗା ଯାଇଥିଲା | ଉଭୟ ଦମ୍ପତି ଶହେରୁ ଅଧିକ ଗଛ ନିଜସ୍ୱ ଉଦ୍ୟମରେ ସଂଗ୍ରହ କରି ପ୍ରତି ଘରେ ଘରେ ବାଣ୍ଟିଥିଲେ | ପରିବେଶ ସଚେତନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଆମ ପରିବାର ଚକ୍ରର ଅଧ୍ୟକ୍ଷ କୁମାର ଅମୀୟ , ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଡମପଡା ବ୍ଲକ ମିଶନ ଶକ୍ତି ସଂଯୋଜକ ଅକ୍ଷୟ କୁମାର ଭଟ୍ଟ, କଵି ଲଲାଟେନ୍ଦୁ ପଣ୍ଡା, ମା ବାଉତୀ ସେବା ସଂଗଠନର ସଭାପତି ପିଣ୍ଟୁ ପରିଡା, ସଭ୍ୟ ଶିବପ୍ରସାଦ ସାହୁ, ଗୈୗରାଙ୍ଗ ସାହୁ ପ୍ରମୁଖ ଯୋଗଦେଇ ଗଛ ଲଗାଇବା ସହିତ ସ୍ଥାନୀୟ ଗ୍ରାମର ମହିଳା ଏବଂ ଯୁବକ ମାନେ ସମାଲୋଚନା ଠାରୁ ଦୁରେଇ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ତାହାର ଉପକାରିତା ଉପରେ ନିଜର ବକ୍ତବ୍ୟମାନ ଉପସ୍ଥାପନା କରିଥିଲେ |

Exit mobile version