Site icon Awaj Media

ଲଘୁଚାପ ବର୍ଷାରେ ଶ୍ରୀରାମ କମିଟିର ନିଆରା କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଲଘୁଚାପ ଜନିତ ଲଗାଣ ବର୍ଷାରେ ପଦାକୁ ଗୋଡ଼ କାଢ଼ିଲେ ତାଳବସ୍ତ ଗ୍ରାମର ଶ୍ରୀରାମ କମିଟିର ସଭ୍ୟମାନେ | ପରିବେଶ ସୁରକ୍ଷା ପାଇଁ ସାମାଜିକ କର୍ମୀ ବିଶ୍ୱ ରଂଜନ ସ୍ୱାଇଁଙ୍କ ନିର୍ଦ୍ଦେଶରେ ସଭ୍ୟ ମାନେ ବର୍ଷାରେ ଓଦା ହୋଇ ଖୋଲା ସ୍ଥାନରେ ଗଛ ଲଗାଇବାକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି | ସଭ୍ୟ ମାନଙ୍କ ବାଡ଼ିରେ ଏଣେତେଣେ ଉଠିଥିବା ଲିମ୍ବ, ବେଲ, ଶାଗୁଆନ, ବଉଳ, ବର ଅଶ୍ୱତଥ ସହିତ ମନ୍ଦାର ଓ ଟଗର ଫୁଲଗଛର ଡ଼ାହିମାନ ଭାଙ୍ଗି ତାଳବସ୍ତ ବଡ଼ସାହି ରାସ୍ତା ପାର୍ଶ୍ୱ, ହନୁମାନ ମନ୍ଦିର, କପିଳେଶ୍ୱର ମନ୍ଦିର ପରିସରରେ ଲଗାଇଥିଲେ | ଯୁବ ସମାଜ ଭିତରେ ସାମାଜିକ ସଚେତନତା ପାଇଁ ଇଛା ଶକ୍ତିକୁ ଜାଗ୍ରତ କରେଇବା ଦରକାର | ତେଣୁ ମହତ ଲକ୍ଷ ରଖି ଶ୍ରୀରାମ କମିଟି ଆଧ୍ୟାତ୍ମିକ ଓ ସାମାଜିକ କାମରେ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି | ଉକ୍ତ ଭ୍ରାମ୍ୟମାଣ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମସ୍ତ ସହଯୋଗୀ ବନ୍ଧୁ ରାକେଶ ବେହେରା, ଚିନ୍ମୟ ଲେଙ୍କା,ବିଭୁ ପ୍ରସାଦ ଦାସ, ସୁରେଶ ସାହୁ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ |

Exit mobile version