Site icon Awaj Media

ବ୍ଲକ ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ପ୍ରଥମ ସମୀକ୍ଷା ବୈଠକ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଗତ ଜୁଲାଇ ମାସ ୬ ତାରିଖରେ ପାଇକମାଲ ବ୍ଲକଠାରେ ଶୁଭାରମ୍ଭ ହୋଇଥିବା ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ପ୍ରଥମ ମାସର ପ୍ରଗତୀ ସମୀକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମର ୬ଟି ସୂଚାଙ୍କ ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ବିକାଶ, ପୋଷଣ ଏବଂ କୃଷି କ୍ଷେତ୍ରରେ ବିକାଶ ପାଇଁ ସମସ୍ତ ବିଭାଗରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟ ଖସଡା ଅନୁଯାଇ ଅଭିଯାନର ପ୍ରଗତୀ ସମୀକ୍ଷା କରି ଆକାଂକ୍ଷା ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ଏବଂ ପୋଷକ ତତ୍ୱ ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କ ପ୍ରସବ ପର୍ଯ୍ୟନ୍ତ ଯତ୍ନ ନେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଆଧାରିତ ତଥ୍ୟ ସଂଗ୍ରହ, କୃଷି କ୍ଷେତ୍ରରେ ସମସ୍ତ ଚାଷୀଙ୍କୁ ସୋଏଲ ହେଲଥ କାର୍ଡ ବିତରଣର ତଥ୍ୟ, ୯ ରୁ ୧୨ ମାସର ଶିଶୁଙ୍କ ଟୀକାକରଣ ବିବରଣୀ, ବିଦ୍ୟାଳୟ ଗୁଡିକରେ ବିଜୁଳୀ ସଂଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ଉପଲବ୍ଧ କରିବା, ସମସ୍ତ ଘରେ ପାନୀୟ ଜଳ ଯୋଗାଣ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ ପରୀକ୍ଷା କରୁଥିବା ଲୋକଙ୍କ ବିବରଣୀ ଲିପିବଦ୍ଧ କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକୁ ରିଭଲଭିଙ୍ଗ ଫୋଣ୍ଡ ପ୍ରଦାନ କରିବା ଭଳି ବିଭିନ୍ନ ମାନଦଣ୍ଡ ଗୁଡିକର ପ୍ରଗତୀ ବିଷୟରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୈହାନ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକରୀ ତଥା କର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ମଞ୍ଚାସୀନ ଥିବାବେଳ କୃଷି,ପ୍ରାଣୀ ଚିକିତ୍ସା, ଶିକ୍ଷା,ସ୍ଵାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ଜୀବିକା ମିଶନ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଲ୍ଲା ଓ ପାଇକମାଲ ବ୍ଲକ ଅଧିକାରୀଙ୍କ ସମେତ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଅଦୁ ଉପସ୍ଥିତ ଥିଲେ !

Exit mobile version