Site icon Awaj Media

ରୋଟାରି କ୍ଲବ ଅଫ ଇନଫୋସିଟି ର ଅଧିଷ୍ଠାନ ଉତ୍ସବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରି କ୍ଲବ ଅଫ ଇନଫୋସିଟି ର ଅଧିଷ୍ଠାନ ଉତ୍ସବ ଆୟୋଜିତ ! ସାମାଜିକ କାମରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ରୋଟାରୀ ଗ୍ରୁପ ! ସମଗ୍ର ବିଶ୍ୱ ର ବିଭିନ୍ନ ଦେଶରେ ରୋଟାରୀ ଶାଖା ସକ୍ରିୟ ଥିବା ସମୟରେ , ଆମ ରାଜ୍ୟରେ ଏକ ଶହରୁ ଅଧିକ ରୋଟାରୀ ଶାଖା ରହିଅଛି ! ତେବେ ରାଜଧାନୀ ରେ ଥିବା ରୋଟାରୀ କ୍ଲବ ଅଫ ଇନଫୋସିଟି ତାହାର ସାଙ୍ଗଠନିକ କାମକୁ ନେଇ ଅଛି ଚର୍ଚ୍ଚାରେ ! ବିଗତ ବର୍ଷ ମାନଙ୍କରେ ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ , ବୃକ୍ଷରୋପଣ , ଅନ୍ନପୂର୍ଣା , ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ ଆଦି କାର୍ଯ୍ୟ କରି ସେବା କ୍ଷେତ୍ରରେ ଶୀର୍ଷକୁ ଆସିଥିଲା ରୋଟାରୀ କ୍ଲବ ଅଫ ଇନ୍ଫୋସିଟି ! ଉତ୍ତର ଭୁବନେଶ୍ବରର ଅଗ୍ରଣୀ ସାମାଜିକ ସଂଗଠନ ରୋଟାରି କ୍ଲବ ଅଫ ଇନଫୋସିଟି ର ଅଧିଷ୍ଠାନ ଉତ୍ସବ ରୋଟାରୀ ଜିଲ୍ଲା 3262 ର ପୂର୍ବତନ ପ୍ରାନ୍ତପାଳ ପ୍ରଭୁଦତ୍ତ ସୁବୁଦ୍ଧି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ! ବିଗତ ବର୍ଷର ସଭାପତି ଚଳିତ ବର୍ଷର ସଭାପତି ତ୍ରିଲୋଚନ ପାତ୍ର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା 3262 ର ଆସନ୍ତା ବର୍ଷର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ରୂପରେଖ ଚୂଡାନ୍ତ ହୋଇଥିଲା ! ସଂଗଠନର ବିଭିନ୍ନ ଜନ ହିତକର କାର୍ଯ୍ଯର ସୂଚନା ପ୍ରଦାନ କରିଥିଲେ ସଭାପତି ଦାୟିତ୍ୱ ନେଇଥିବା ତ୍ରିଲୋଚନ ପାତ୍ର ! ରୋଟାରି ଗୃପ ବିଶ୍ଵରୁ ପୋଲିଓ ଭଳି ମାରାତ୍ମକ ରୋଗକୁ ହଟାଇବାରେ ମୁଖ୍ଯ କର୍ଣ୍ଣଧାର ସାଜିଛି । ପ୍ରତ୍ୟେକ ବର୍ଷ ରୋଟାରି ବିଭିନ୍ନ କାର୍ଯ୍ୟକ୍ରମ ଶିକ୍ଷା, ସ୍ୱାସ୍ଥ୍ଯ, ପରିମଳ ଏବଂ ପରିବେଶର ସୁରକ୍ଷା ନିମନ୍ତେ କାର୍ଯ୍ଯ କରି ଆସୁଛି । ଉପପ୍ରାନ୍ତପାଳ ବୃନ୍ଦାବନ ଦଳବେହେରା , ବରିଷ୍ଠ ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ , ପ୍ରକାଶ କର , ପ୍ରସନ୍ନ ପଣ୍ଡା ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ !

Exit mobile version