Site icon Awaj Media

ଆନ୍ଧ୍ର ଓଡିଶା ସିମାନ୍ତ ପାରଳାଖେମୁଣ୍ଡିରେ ପନିପରିବା ଦର ଆକାଶ ଛୁଆଁ : ଖାଉଟି ଚିନ୍ତାରେ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ପନିପରିବା ଦର ବୃଦ୍ଧି ହୋଇଛି, ଖାଉଟି ମୁଣ୍ଡରେ ଚଡ଼କ ପଡ଼ିଲା ପରି ଲାଗୁଛି । ଗତ କିଛିଦିନ ହେଲା ପାରଳାଖେମୁଣ୍ଡି ରେ ଟମାଟୋ କିଲେ 100 ରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ମଧ୍ୟ ଦର ବୃଦ୍ଧି ଘଟି ଥିବାରୁ ଖାଉଟିଙ୍କୁ ନୟାନ୍ତ କରିଥିଲା । କିନ୍ତୁ କିଛି ଦିନ ଦର ଦାମରେ ବ୍ରେକ ଲାଗିଥିଲା। ଏବେ ଗତ ଦୁଇ ସପ୍ତାହ ହେବ ପନିବରିବା ଦର ବୃଦ୍ଧି ହେଇ ଏବେ ଆକାଶ ଛୁଆଁ ହେବାରେ ଲାଗିଛି । ଗରିବଙ୍କୁ ସତେ ଯେମିତି ପନିପରିବା ବଜାର ମନା ହୋଇଛି । ଟମାଟୋ କିଲୋ ପ୍ରତି ୬୦ ଟଙ୍କା ରହିଥିବା ବେଳେ ପିଆଜ ୪୫ ଆଳୁ ୫୦ ସେହିଭଳି ଅଦା ଓ କଞ୍ଚାଲଙ୍କା ୧ ଶହ ହୋଇ ସାରିଲାଣି । ଫୁଲ କୋବି, ସଜନାଛୁଇଁ, ପୋଟଳ ଆଦି ଶହେ ପାର କରି ସାରିଲେଣି । ବାଇଗଣ, ବନ୍ଧା, ଲାଉ, କଲରା, କୋବି, ବୋଇତାଳୁ ସାରୁ ଆଦି ପରିବା ୬୦ ପାର କରି ସାରିଲେଣି । ଯେଉଁଥିପାଇଁ ଗରିବ ଲୋକ ପନିପରିବା କିଣିବା କଷ୍ଟକର ହେଉଛି । ଏଠାରେ ସ୍ଥାନୀୟ ଅଂଚଳରେ ପନି ପରିବା ଉତ୍ପାଦନ ସମୟରେ ଦର ନିୟନ୍ତ୍ରଣ ରହୁଛି । କିନ୍ତୁ ଯେତେବେଳେ ସ୍ଥାନୀୟ ଅଂଚଳର ଉତ୍ପାଦନ କମିଯାଉଛି ସେତେବେଳେ ବାହାର ରାଜ୍ୟର ପନିପରିବା ଆସୁଛି ସେତେବେଳେ ଦର ବୃଦ୍ଧି ଘଟୁଛି । ଏଠାରେ ପାରଳାଖେମୁଣ୍ଡି ସହର ସବୁ ବେଳେ ଆନ୍ଧ୍ର ପ୍ରଦେଶର ସିକାକୋଲମ୍ ଜିଲ୍ଲା ଉପରେ ନିର୍ଭର କରୁଛି। ଫଳରେ କିଛି ଦର ବୃଦ୍ଧିରେ ରହିଛି ।ସ୍ଥାନୀୟ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ଚାଷୀ ସେମାନଙ୍କ ଉତ୍ପାଦିତ ପନିପରିବାକୁ ଶାଗ ମାଛ ଦରରେ ମଧ୍ୟସ୍ତିଙ୍କ ମାଧ୍ୟମରେ ବିକ୍ରି କରି ଦେଉଛନ୍ତି ଯାହା ଫଳରେ ପାରଳାଖେମୁଣ୍ଡି ବଜାରରେ ବ୍ୟବସାୟୀ ମାନେ ନିଜ ମନ ଇଛା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଦର ଦାମ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଖାଉଟି ମୁଣ୍ଡରେ ଚଡକ ପଡିଛି।

Exit mobile version