ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ପୃଥିବୀର ବିଭିନ୍ନ ଦେଶରେ ଶାଖା କାର୍ଯ୍ୟାଳୟ ଜରିଆରେ କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ଉତ୍ତର ଆଫ୍ରିକାର ମାଟେଟାଇଲ ଠାରେ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଅବଧାନଙ୍କ ପାଠଶାଳା ପକ୍ଷରୁ ଆତ୍ମରକ୍ଷା କୌଶଳ ଓ ଅପରାଧ ନିୟନ୍ତ୍ରଣତା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଫ୍ରିକାର ସଂଯୋଜକ ମଗ୍ଜିମା ଭିଡୋ ଭୂୟାନି ଆଚିଡିଆକାନଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଏଥିରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି।
ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଫ୍ରିକାରେ ଆତ୍ମରକ୍ଷା କୌଶଳ ଓ ଅପରାଧ ନିୟନ୍ତ୍ରଣ କର୍ମଶାଳା !!!

