Site icon Awaj Media

ବାଣପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ତାଲୁକ୍ ଆଇନ ସଚେତନତା ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ନିକଟସ୍ଥ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ତାଲୁକ୍ ଆଇନ ସେବା ସମିତି ର ଅଧକ୍ଷ ତଥା ବାଣପୁର ଅଦାଲତର ବରିଷ୍ଠ ଦିୱାନି ବିଚାରପତି ଅମରେଶ ମହାପାତ୍ର ଙ୍କ ଅଧକ୍ଷତାରେ ଶିକ୍ଷା ଓ ବାଳ ଅପରାଧ ଆଇନ ସଚେତନତା ସମ୍ପର୍କିତ ଉପରେ ଆଲୋଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବାଣପୁର କୋଟର ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତୀ ସ୍ନାତକୀ ଦାସ, ତହସିଲଦାର ଟି ପଦ୍ମନାଭ ଦୋରା, ଥାନ ଅଧିକାରୀ ରମେଶ ଚନ୍ଦ୍ର ଦେବତା, ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ଜଗଦୀଶ ପଟ୍ଟନାୟକ , ରଞ୍ଜନ ବେଦମତା, ଜଗନ୍ନାଥ ଭୋଳ, ପ୍ରଦୀପ କୁମାର ପ୍ରଧାନ, ଶେଷଦେବ ମହାରଣା, ସମାଜସେବୀ ସାନ୍ଧ୍ୟରାଣୀ ଦେବୀ, ସନ୍ତୋଷ ଚୌଧୁରୀ, ବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଶିକ୍ଷା ଓ ବାଳ ଅପରାଧ ସଚେତନତା ସମ୍ପର୍କିତ ଆଲୋଚନା ରେ ଭାଗ ନେଇଥିଲେ ।।

Exit mobile version