Site icon Awaj Media

ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ତଥା ଗାନ୍ଧୀବାଦି ମଧୁସୂଦନ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ପୂର୍ବତନ ସଭାପତି ସଂଗ୍ରାମ ପାଇକରାୟ, ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ , ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ପ୍ରଫେସର ରଘୁନାଥ ମଣ୍ଡଳ, ରତ୍ନାକର ମହାନ୍ତି, ସଞ୍ଜୟ ନାୟକ, ଶ୍ରୀ ସୋମ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ଭୁବନେଶ୍ଵରୀ ମିଶ୍ର, ଲକ୍ଷ୍ମୀପ୍ରିୟା ମହାନ୍ତି, ପ୍ରଜ୍ଞା ମହାନ୍ତି, ରାଣୀ ମହାରଣା, ପୂଜା ଡାକୁଆ , ଅରୂପା ଗୌଡ଼ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !

Exit mobile version