ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥା ମୂର୍ତ୍ତିକା ସଂରକ୍ଷଣ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଙ୍କ ବଦଳି କେବେ ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥା ମୂର୍ତ୍ତିକା ସଂରକ୍ଷଣ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ବଦଳି ଦୀର୍ଘ ଦିନ ହେଲା ହେଉନାହିଁ ! ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ହେଉନଥିବା ଅଭିଯୋଗ ହେଉଛି ।
ସରକାରଙ୍କ ନିୟମ ଅନୁସାରେ ତିନି ବର୍ଷ ହେଲେ ଅଫିସ ରେ କାର୍ଯ୍ୟରତ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀ ଙ୍କ ବଦଳି ହେବାର ନିୟମ ରହିଛି । ବିଭାଗୀୟ ଅଧିକାରୀ ଜାଣି ସୁଦ୍ଧା ବଦଳି ନ କରିବା ବା ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି କି ନାହିଁ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି । ଏଠାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ନୂତନ ସରକାର ଆସିଛି , ତୁରନ୍ତ ବଦଳି କରିଲେ ଜିଲ୍ଲା ର ବିକାଶ ହୋଇପାରିବ , ସରକାରଙ୍କ ଯୋଜନା ସଫଳ ରୂପାୟନ ହୋଇ ପାରିବ ଏବଂ ଜନସାଧାରଣ ଉପକୃତ ହୋଇପାରିବେ ।

