Site icon Awaj Media

ଖବର ପ୍ରସାରଣ ପରେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଛାତ୍ରାବାସରେ ଜଳିଲା ଆଲୁଅ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଛାତ୍ରାବାସରେ ଜଳିଲା ଆଲୁଅ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଛାତ୍ରାବାସ ରେ ଦୀର୍ଘ 3 ବର୍ଷ ହେଲା ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା । ବକେୟା ବିଦ୍ୟୁତ ବିଲ ପାଇଁ ତିନି ବର୍ଷ ହେଲା ଛାତ୍ରାବାସରେ ଛାତ୍ରମାନେ ମୋବାଇଲ ଲାଇଟ, ମହମବତୀ ଲଗାଇ ପାଠ ପଢୁଥିଲେ । ଏହି ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ହଷ୍ଟେଲର ଛାତ୍ରାବାସରେ ବିଦ୍ୟୁତ ସଂଯୋଗ କରାଯାଇଥିବା କଲେଜର ଅଧ୍ୟକ୍ଷ ସୂଚନା ଦେଇଛନ୍ତି ! ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଛାତ୍ରାବାସରେ ବିଦ୍ୟୁତ ସଂଯୋଗ କରାଯାଇଛି ! ପ୍ରକାଶ ଥାଉକି କୋଭିଡ ମହାମାରୀ ସମୟରେ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସକୁ କ୍ୱାରେଣ୍ଟ।ଇନ ସେଣ୍ଟର ଭାବରେ ପୋୖରପାଳିକା ପକ୍ଷରୁ ବ୍ୟବହାର କରାଯାଇଥିଲା । ଏବଂ ପରେ ବକେୟା ବିଦ୍ୟୁତ ବିଲ ପଇଠ ନ କରିଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ବର୍ତ୍ତମାନ ବିଦ୍ୟୁତ ସଂଯୋଗ ପରେ ଛାତ୍ରାବାସର ଛାତ୍ର ମାନେ ଖୁସି ବ୍ୟକ୍ତ କରିଛନ୍ତି ।

Exit mobile version