Site icon Awaj Media

ବଡମ୍ବା ରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ । ୭୮ ତମ ସ୍ୱାଧୀନତା ଦିବସ ଯଥାରୀତି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲ ସମ୍ମିଳନୀ କକ୍ଷରେ ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପାଳନ ଅବସରରେ ବଡମ୍ବା ବ୍ଲକ ର ସମସ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନା କରିବା ପାଇଁ ବିଧିବଦ୍ଧ ଭାବେ ନିର୍ଦେଶ ଦିଆଯାଇଛି । RWSS ବିଭାଗକୁ ପାନୀୟ ଜଳ, ପୋଲିସ ବିଭାଗକୁ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପୂର୍ତ୍ତ ବିଭାଗକୁ ବ୍ୟାରିକେଡ଼ ଏବଂ ତହସିଲ ପକ୍ଷରୁ ଟେନିସ ପଡିଆକୁ ସଫେଇ କରିବା ସହ ବର୍ଷା ଜଳ ଜମି ଥିବାରୁ ବାଲି ପକାଇବା ପାଇଁ ଜଳସମ୍ପଦ ବିଭାଗ କୁ ନିର୍ଦେଶ ଦିଆଯାଇଛି ।

Exit mobile version