Site icon Awaj Media

୭୮ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ଅଧ୍ଯକ୍ଷତା କରିବା ସହ ଆଗାମୀ ସ୍ୱାଧୀନତା ଦିବସକୁ ଜାତୀୟ ଭାବନା ସହକାରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ! ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାୟୀ ସ୍ବାଧୀନତା ଦିବସ ଅବସରରେ ପ୍ରାତଃ ୪ ଘଟିକାରେ ରାମଧୂନ ପ୍ରଚାର ଉପଖଣ୍ଡ ସୂଚନା ଲୋକ ସଂପର୍କ ବିଭାଗ ଦ୍ୱାରା ଡାକବାଜୀ ଯନ୍ତ୍ର ସାହାଯ୍ୟ ରେ କରାଯିବ ! ଉପଖଣ୍ଡ ସ୍ତରୀୟ ସମାରୋହ ରେ ଜାତୀୟ ପତାକା ଉତ୍ତୋଳନ ଅବସରରେ ସମ୍ମିଳନୀ ପ୍ୟାରେଡ଼ ଏବଂ ଦେଶାତ୍ମକବୋଧ ଗୀତକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତା ୧୨/୦୮/୨୪ ଓ ତା୧୩/୦୮/୨୪ରିଖ ପର୍ଯ୍ୟନ୍ତ ଅପରାହ୍ନ ୨,୩୦ମି ସମୟରେ ପ୍ୟାରେଡ ଅଭ୍ୟାସ ଅନୁଷ୍ଠିତ ହେବ ! ସ୍ୱାଧୀନତା ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ବର୍ଗରେ ପ୍ରବନ୍ଧ, ଓଡିଆ ବକୃତା, ଦେଶାତ୍ମକବୋଧ ସଙ୍ଗୀତ, ଚିତ୍ରକଳା,କୁଇଜ ପ୍ରତିଯୋଗିତା ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି । ସ୍ବାଧୀନତା ଦିବସ ସମାରୋହର ସୁପରିଚାଳନା ନିମନ୍ତେ ଆଇନଶୃଙ୍ଖଳା ଟ୍ରାଫିକ୍ କଣ୍ଟ୍ରୋଲ, ଆଶୁ ଚିକିତ୍ସା, ପାନୀୟଜଳ ଯୋଗାଣ ଓ ପରିମଳ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ଆଦି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଡେପୁଟି କଲେକ୍ଟର ସମେତ ତହସିଲିଦାର, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ , ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ !

Exit mobile version