Site icon Awaj Media

ସେବା କାର୍ଯ୍ଯ ପାଇଁ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ଅଞ୍ଚଳର ଅଗ୍ରଣୀ ଶାରୀରିକ ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ରୋଣାଚାର୍ଯ୍ୟ ଫିଜିକାଲ ଏକାଡେମୀର ତାଲିମ ପ୍ରାପ୍ତ ତଥା , ତାଳଚେର ଥର୍ମାଲ ଡିଏଭି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ବିଶ୍ଵଜିତ ମହାନ୍ତି ନିଜର ସାହସିକତା କାର୍ଯ୍ୟ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ କାରଗିଲ ବିଜୟ ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି l ପ୍ରକାଶ ଥାଉକି, ଛାତ୍ର ବିଶ୍ୱଜିତ ତାଳଚେର ରଥ ଯାତ୍ରା ସମୟରେ ରଥ ଚକ ପାଖରୁ ଜଣେ ମହିଳାଙ୍କୁ ଉଦ୍ଧାର କରି ତାଙ୍କୁ ବିପଦ ମୁଖରୁ ବଞ୍ଚାଇଥିଲେ l ତେବେ ଡିପିଏ ଅନୁଷ୍ଠାନର ପ୍ରଶିକ୍ଷଣ ପ୍ରାପ୍ତ ସମସ୍ତ ଯୋଦ୍ଧାମାନେ ତାଳଚେର ଠାରେ ଅନୁଷ୍ଠିତ ପବିତ୍ର ଘୋଷ ଯାତ୍ରା ସମୟରେ ନିଜର ସେବା ଦେବାର ଏକ ଅବସର ତାଳଚେର ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ପାଇଥିଲେ ଏବଂ ସମସ୍ତ ଯୋଦ୍ଧାମାନେ ଅତି ସୁନ୍ଦର ଏବଂ ଶୃଙ୍ଖଳାର ସହ ନିଜ ନିଜର କର୍ତ୍ତବ୍ୟ ତୁଲାଇଥିଲେ । ଡିପିଏ ର ଏହି ସେବା କାର୍ଯ୍ୟକୁ ରଥଯାତ୍ରା କମିଟି ଏବଂ ପୋଲିସ ବିଭାଗ, ତାଳଚେର ଥାନା ଆଇଆଇସି ଏବଂ ଏସଡିପିଓ ଉଚ୍ଚ ପ୍ରଶଂସା କରିବା ସହ ଡିପିଏର ସମସ୍ତ ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version