ବ୍ୟୁରୋ ରିପୋର୍ଟ – ଆୱାଜ ମିଡ଼ିଆ : ଅଯୋଧ୍ୟା ସ୍ଥିତ ଓଡ଼ିଆ ବାବା ସ୍ଥାନ ର ପୁନଃରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଲା ହିନ୍ଦୁସେନା ! ଭାରତର ପୁଣ୍ୟ ସ୍ଥାନ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଆଜକୁ ହଜାର ବର୍ଷରୁ ଉର୍ଦ୍ଧ ବର୍ଷ ଧରି ନିର୍ମିତ ତଥା ପୂଜିତ ଐତିହାସିକ ଓଡ଼ିଆ ବାବା ସ୍ଥାନ ଆଜି ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ହଜାର ବର୍ଷ ତଳେ , ପୁରୀରୁ ଜଣେ ସିଦ୍ଧ ସାଧୁ ଅଯୋଧ୍ୟାରେ ଏକ ବିଶାଳ , ବିରାଟ ମଠ ଓ ମନ୍ଦିର ସ୍ଥାପନ କରିଥିଲେ ! ଯାହାକି ଶ୍ରୀରାମ ଲାଲା ମନ୍ଦିର ଠାରୁ ମାତ୍ର 500 ମିଟର ଦୂରରେ ଅବସ୍ଥିତ ! ଉକ୍ତ ମନ୍ଦିରରେ ପୂର୍ବରୁ ଗୁରୁକୂଳ, ଗୋଶାଳା, ଧର୍ମଶାଳା ଥିଲା ! ବିଭିନ୍ନ ସନାତନୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ପୂର୍ବ ମହନ୍ତ ମହାରାଜାଙ୍କ ଶରୀର ତ୍ୟାଗ ପରେ, ଆଜି ସେହି ମଠଟି ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ! ଏହି ମଠର ସିଂହ ଭାଗ ଜାଗା କିଛି ଅସାମାଜିକ ତତ୍ତ୍ଵ ନିଜ କବଜାରେ ରଖିଛନ୍ତି । ଏହା ବହୁ ସନାତନୀ ମାନଙ୍କ ଭାବାବେଗକୁ କୁଠାରଘାତ ପହଞ୍ଚାଇଛି l ଏହି ଖବର ଜାଣିବା ପରେ ହିନ୍ଦୁସେନା ର ୧୨ ଜଣିଆ ଟିମ କଟକ ରୁ ଅଯୋଧ୍ୟା ଅଭିମୁଖେ ଯାଇ ସେଠାରେ ପହଁଞ୍ଚି ମଠର ସ୍ଥିତି ଅନୁଧ୍ୟାନ କରିବା ସହିତ ଉକ୍ତ ମଠର ମହନ୍ତଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ମଠର ପୁନଃରୁଦ୍ଧାର, ଥଇଥାନ ତଥା ସୁରକ୍ଷା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଙ୍କୁ ଭେଟି ଦାବି ଜଣାଇବା ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି ।

