Site icon Awaj Media

ରାକ୍ଷୀ ପୂର୍ଣ୍ଣିମା ପାଇଁ ପାରଳା ସହରର ବିଭିନ୍ନ ସ୍ଥାନରେ ରାକ୍ଷୀ ବିକ୍ରି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାକ୍ଷୀ ପୂର୍ଣ୍ଣିମା ପାଇଁ ପାରଳା ସହରର ବିଭିନ୍ନ ସ୍ଥାନରେ ରାକ୍ଷୀ ବିକ୍ରି ! ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ବଡ଼ଭାଇ ଠାରୁ ଆଶୀର୍ବାଦ ନେଇଥାଏ , ସାନ ଭାଇ ହାତରେ ରାକ୍ଷୀ ବାନ୍ଧି ମଙ୍ଗଳ କାମନା ସହ ଦୀର୍ଘାୟୁ କାମନା କରିଥାଏ । ଏହି ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ମାନେ ଚାହିଁ ରହିଥାନ୍ତି । ଦୂର ଦୁରନ୍ତାରୁ ଭାଇଟିଏ ମଧ୍ୟ ଭଉଣୀର ସେହି ସ୍ନେହର ରାକ୍ଷୀ ଟିଏ ପାଇଁ ଅପେକ୍ଷା କରିଥାଏ । ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା , ତେଣୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରାକ୍ଷୀ ବିକ୍ରି ଆରମ୍ଭ ହୋଇ ଗଲାଣି । ଭାଇ ଭଉଣୀ ର ଏହି ପବିତ୍ର ବନ୍ଧନକୁ ସହରରେ ଧୁମଧାମରେ ପାଳନ କରାଯାଏ । ରାକ୍ଷୀ ବ୍ୟବସାୟ ସକାଶେ ରାକ୍ଷୀ ବେପାରୀ ମାନେ ବିଭିନ୍ନ ସ୍ଥାନରୁ ରାକ୍ଷୀ ଆଣି ବିକ୍ରି କରୁଛନ୍ତି ! ବ୍ୟବସାୟ ସିଜନ ରେ ଦୁଇ ପଇସା ରୋଜଗାର କରିବା ଆଶାରେ ଅଛନ୍ତି ଦୋକାନୀ !

Exit mobile version