ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଆଁ ଖୁଣ୍ଟା ଗୋଦାବରୀଶ ମହାପାତ୍ର ଙ୍କ ସ୍ମାରକୀ ପାଇଁ ବାଣପୁର କୁମାରାଙ୍ଗ ଶାସନ ସ୍ଥିତ ତାଙ୍କର ଜରାଜୀର୍ଣ୍ଣ ଗୃହ ର ପୁନଃରୁଦ୍ଧାର, ଗ୍ରାମ ପଠାଗାର, ଜନ୍ମ ମାଟି କୁମାରାଙ୍ଗ ଶାସନ ର ପୁନଃରୁଦ୍ଧାର ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଓଡିଶା ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟ ରେ ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ମାନ୍ୟବର ପୃଥିବୀ ରାଜ ହରିଚନ୍ଦନ ଙ୍କ ଉପସ୍ଥିତିରେ ହୋଇଛି । ଏହି ଉତ୍ସବ ଉପଲକ୍ଷେ କୁମାରାଙ୍ଗ ସ୍ଥିତ କୁମାର ପାଠାଗାର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଗୋଦାବରୀଶ କୃତ ପ୍ରାରମ୍ଭିକ ଉଦବୋଧନି ସଂଗୀତ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଯୋଗ ଦେଇ କହିଥିଲେ ଯେ ଗୌରବାନ୍ୟୁତ ସାହିତ୍ୟ ମାଧ୍ୟମରେ ଓଡ଼ିଆ ଅସ୍ମିତା ରେ ବିପ୍ଳବ ସୃଷ୍ଟି କରିଥିବା ଅସ୍ପୃଶ୍ୟତା, କୁସଂସ୍କାର ଲେଖନୀ ଚାଳନ କରିଥବା ଏହି ମହାପୁରୁଷ ଙ୍କ ଉପଯୁକ୍ତ ପ୍ରଚାର ପ୍ରସାର ହୋଇ ପାରିନାହିଁ । ବାଣପୁର ରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ଗୋଦାବରୀଶ ମହାପାତ୍ର ଙ୍କ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଚାଲୁ ରହିଛି ଉଠ କଙ୍କାଳ ର ସ୍ରଷ୍ଟା ରୂପେ ସେ ସବୁଦିନ ଜନମାନସ ରେ ନମସ୍ୟ ରହିବେ. ସବୁଦିନ ପାଇଁ. ଜୀବିତ ଅବସ୍ଥା ରେ ଥିବା ଭଳି ସ୍ମାରକି ପାଇଁ ଯାହା ଅର୍ଥ ଲାଗିବ ତାହା ପୁରାତନ ତତ୍ତ୍ୱ ବିଭାଗ ମାଧ୍ୟମ ରେ ଦିଆଯିବ । ଉକ୍ତ ସ୍ମାରକୀ କୁ ଏକ ବର୍ଷ ମଧ୍ୟରେ ସ୍ୱୟଂ ସମ୍ପୂର୍ଣ କରାଯିବା ସହିତ ଏହାକୁ ଦେଖିବା ପାଇଁ ଦେଶ ବିଦେଶ ରୁ ଯେପରି ପର୍ଯ୍ୟଟକ ଆସିବେ ତାହାର ବ୍ୟବସ୍ଥା କରାଯିବ. ଗ୍ରାମ୍ୟ ପଠାଗାର ର ଉନ୍ନ୍ନତିକରଣ କରାଯିବ । ଉକ୍ତ ଉତ୍ସବ ରେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା, ପଂଚାୟତ ସମିତି ଉପାଧ୍ୟାକ୍ଷା ଶ୍ରୀମତୀ ରୁନା ଦେଇ, ସମିତି ସଭ୍ୟା ଶ୍ରୀମତୀ ଝୁନା ପଲେଇ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସରୋଜିନୀ ପ୍ରଧାନ, ଯୋଗ ଦେଇଥିଲେ ।।
ଉଠ କଙ୍କାଳ ର ସ୍ରଷ୍ଟା ନିଆଁ ଖୁଣ୍ଟା ଗୋଦାବରୀଶ ମହାପାତ୍ର ଙ୍କ ଗୃହର ପୁନଃରୁଦ୍ଧାର ଭିତ୍ତି ପ୍ରସ୍ତର ସ୍ଥାପନ !!!

