Site icon Awaj Media

ଗଙ୍ଗାଧର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଗାଇସିଲେଟ ଠାରେ ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ୨୦୨୪ ର ପ୍ରସ୍ତୁତି ବୈଠକ ସଂସଦର ସଭାପତି ଦିବାକର ଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରୁକ୍ମଣ ଦିଶ୍ରୀ ପୂର୍ବ ବୈଠକର ବିବରଣୀ ପଠନ ପୂର୍ବକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ବର୍ଷର ସମାରୋହକୁ ମୁଖ୍ୟ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.କେଶରଞ୍ଜନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସ୍ଵୟଂଶାସିତ ମହାବିଦ୍ୟାଳୟ ଟିଟିଲାଗଡ଼ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀ ଓ ସମ୍ମାନୀତ ବକ୍ତା ରୂପେ ବାଜି ରାଉତ ମହାବିଦ୍ୟାଳୟ ଭୁବନର ଅଧ୍ୟାପକ ଆଲୋକ ରଂଜନ ଷଡ଼ଙ୍ଗୀ ଯୋଗଦାନ କରିବେ ବୋଲି ସମ୍ପାଦକ ବୈଠକରେ ଜଣାଇଥିଲେ। ଏହି ଅବସରରେ ଗଙ୍ଗାଧର ସାହିତ୍ୟ ଉପରେ କବି ସମ୍ମିଳନୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, କବିତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବାପାଇଁ ସ୍ଥିରୀକୃତ ହୋଇଛି। ଶେଷରେ ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version