ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ଓଡ଼ିଆ ସାମ୍ବାଦିକତା ଦିବସ ! ସମାଜ ସୁଧାର କ୍ଷେତ୍ରରେ ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ଉତ୍କଳ ଦୀପିକା ଠାରୁ ଆଜିର ଡିଜିଟାଲ ମିଡ଼ିଆ ପର୍ଯ୍ୟନ୍ତ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା ! ବରିଷ୍ଠ ରୋଟାରୀଆନ ଆଡ଼ଭୋକେଟ ପ୍ରସନ୍ନ କୁମାର ପଣ୍ଡା ଅତିଥି ଭାବରେ ଯୋଗଦେଇ ଛେନାପୋଡ଼ କାଟି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ !
ଡିଜିଟାଲ ମିଡ଼ିଆ ମହାସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଚାନ୍ଦ , ସାଧାରଣ ସମ୍ପାଦକ କାହ୍ନା ନାୟକ , ମିଡ଼ିଆ ସଂଯୋଜକ ସତ୍ୟବ୍ରତ ଦାଶ , ପରିଚାଳନା କମିଟି ସଦସ୍ୟ ବସନ୍ତ ପ୍ରଧାନ , ବର୍ଷା ଦାସ , ଅଶ୍ରୁମୋଚନ ନାୟକ , କୈବଲ୍ୟ ଦାସ , ସୂର୍ଯ୍ୟକାନ୍ତ ପ୍ରଧାନ , ପ୍ରମୋଦ ବେହେରା , ପ୍ରସନ୍ନ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ ! ସାପ୍ତାହିକ ରୂପେ କଟକ ରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ସମ୍ପାଦନା ଓ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ସହଯୋଗରେ ପ୍ରକାଶ ପାଇ ନଅଁଙ୍କ ଦୁର୍ଭିକ୍ଷର ଭୟାଭୟ ଚିତ୍ର ପ୍ରକାଶ ! ଏବେ ମଧ୍ୟ କରୋନା ସମୟରେ ସଚେତନତା ଖବର ଠାରୁ ଆରମ୍ଭ କରି ସୁର ରାଉତରାୟ ପରି ନେତାଙ୍କ ବକବାସ , ନିଶା ମହାରଣା , ରାଣୀ ପଣ୍ଡା ପରି କଳାକାରଙ୍କ କାରନାମା ମଧ୍ୟ ମିଡ଼ିଆ ମାଧ୍ୟମରେ ଲୋକ ଲୋଚନକୁ ଆସୁଛି ! ତେବେ ଡିଜିଟାଲ ମିଡ଼ିଆ ର ବ୍ୟବହାର ବଢିବା ପରେ ଆଉ ଖବରକୁ ଚାପିଦେବା କାମ ହୋଇ ପାରୁନାହିଁ ! କିନ୍ତୁ ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ନିଜର ନିରପେକ୍ଷତା ବଜାୟ ରଖି ସଠିକ ପ୍ରସାରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା !

