Site icon Awaj Media

କଟକ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ସମାରୋହ ଚୌଦ୍ୱାର ସ୍ଥିତ କପାଳେଶ୍ୱର ମନ୍ଦିର ଠାରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଓ.ୟୁ.ଜେ ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ନିର୍ଦେଶ କ୍ରମେ ଏହି ଦିବସ ପାଳନ କରାଯାଇଥିଲା | କଟକ ଜିଲ୍ଲା ୟୁନିଅନ ପକ୍ଷରୁ ଅନୁଷ୍ଠିତ ସଭାରେ ବକ୍ତା ମାନେ ଚୌଦ୍ୱାର ରୁ ପ୍ରଥମେ କିପରି ସାଧୁ ସୁନ୍ଦର ଦାଶଙ୍କ ଉଦ୍ୟମରେ କୁଜିବର ନାମକ ସମ୍ବାଦପତ୍ର ତାଳପତ୍ରରେ ପ୍ରଥମେ ପ୍ରକାଶ ପାଇଥିଲା , ପ୍ରଥମ ମୁଦ୍ରଣ ସମ୍ବାଦପତ୍ର ଉତ୍କଳ ଦୀପିକା ସାପ୍ତାହିକ ରୂପେ କଟକ ରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ସମ୍ପାଦନା ଓ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ସହଯୋଗରେ ପ୍ରକାଶ ପାଇ ନଅଁଙ୍କ ଦୁର୍ଭିକ୍ଷର ଭୟାଭୟ ଚିତ୍ର ପ୍ରକାଶ ପାଇଥିଲା ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ | ୟୁନିଅନ ର ସାଧାରଣ ସମ୍ପାଦକ ଅଜୟ କୁମାର ଦାସ, କୃଷକ ସମ୍ବାଦର ସମ୍ପାଦକ ଭାସ୍କର ଚନ୍ଦ୍ର ବେହେରା, ସାମ୍ବାଦିକ ସର୍ବଶ୍ରୀ ମହେନ୍ଦ୍ର କୁମାର ବିଶ୍ୱାଳ, ରତିକାନ୍ତ ପଟ୍ଟନାୟକ, ଆଶୁତୋଷ ଦାସ, କାନନବିହାରୀ ନାୟକ, ପ୍ରଦୀପ କୁମାର ପରିଜା, ଆଦିତ୍ୟ କୁମାର ଛୋଟରାୟ, ବାବୁଲା ପାତ୍ର, ଶୁଭେନ୍ଦୁ ସାମଲ, ବିମଳ କୁମାର ବେହେରା, ଅଜିତ କୁମାର ସ୍ୱାଇଁ, ସନ୍ତୋଷ କୁମାର ଖୁଣ୍ଟିଆ, ବିଶ୍ୱଜିତ ଭଞ୍ଜ, ପ୍ରବୀର କୁମାର ସେନ, ଗଙ୍ଗାଧର ବେହେରା,ନାରାୟଣ ସିହ୍ନ| ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସାମ୍ବାଦିକତା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | ଶେଷରେ ସାମ୍ବାଦିକ ନରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version