Site icon Awaj Media

ପୁଣି ଜନନୀ ଯନ୍ତ୍ରଣା : ୪ କିଲୋ ମିଟର ଦୋଳାରେ ବୁହା ହେଲେ ଗର୍ଭବତୀ ମହିଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଏକ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟେ ନାହିଁ । ଏହି ଆଦିବାସୀ ଅଧ୍ୟୁଷିତ ମାଣ୍ଡିମେରା ପଂଚାୟତ ନିକଟସ୍ଥ ଗୋବୁଲେ ଠୁ ୪ କିଲୋମିଟର ଲେଖାରି ଗାଆଁ କୁ ଦୁଳାରେ ବୁହା ହେଲେ ଗର୍ଭବତି ମହିଳା । ଗୋବେଲ ଗ୍ରାମର ଜିସାୟ ମାଝୀଙ୍କ ପତ୍ନୀ ସୁକୁମାରୀ ମାଝୀଙ୍କ ଆଜି ଗର୍ଭ ଯନ୍ତ୍ରଣା ଆରମ୍ଭ ହେଇଥିବା ବେଳେ ଆସା କର୍ମୀଙ୍କ ଦ୍ବାରା 108 କୁ କଲ୍ କରିଥିଲେ । କିନ୍ତୁ ଲେଖାରି ଠାରୁ ଗୋବେଲ୍ ଦୀର୍ଘ 4 କିଲୋମିଟର ପଥରୀଆ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ତେଣୁ ପରିବାର ଓ ସମ୍ପର୍କୀୟଙ୍କ ସହାୟତାରେ ଆମ୍ବୁଲାନ୍ସ ନିକଟକୁ ଦୋଲାରେ ବୋହି ଆଣିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଡବା ମେଡ଼ିକାଲକୁ ନେଇ ଆସିଥିଲେ । ବର୍ତମାନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳେ ମା ସୁକୁମାରୀ ସୁସ୍ଥ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

Exit mobile version