Site icon Awaj Media

ମୁରୁକୁଣ୍ଡି ଠାରେ ଖୋଲିଲା ଚିନ୍ମୟ ଫାଉଣ୍ଡେସନର ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶାଳୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ପୃଥିବୀର ବିଭିନ୍ନ ଦେଶରେ ଶାଖା କାର୍ଯ୍ୟାଳୟ ଜରିଆରେ ସ୍ୱେତ୍ସାକୃତ ଭାବରେ କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି କଟକ ଜିଲ୍ଲାର ମୁରୁକୁଣ୍ଡି ଠାରେ ଫାଉଣ୍ଡେସନର ଅସ୍ଥାୟୀ ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶାଳୟ ଉଦ୍ଘାଟିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ବର୍ଷିୟାନ ସମାଜସେବୀ ବିଜୟଲକ୍ଷ୍ମୀ ଦାଶଙ୍କୁ ସ୍ଵେତ୍ସାକୃତ ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶିକା ଭାବରେ ନିଯୁକ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀମତୀ ଦାଶଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ରାଜୀବ ଷଢଙ୍ଗୀ, ଧ୍ରୁବ ଚରଣ ମହାନ୍ତି, ବାସନ୍ତୀ ଆଚାର୍ଯ୍ୟ, କେଦାର ନାୟକ, ନାରାୟଣ ପ୍ରସାଦ ଆଚାର୍ଯ୍ୟ ଆଦି ଯୋଗଦେଇ ଫାଉଣ୍ଡେସନର ସ୍ୱେତ୍ସାକୃତ ସେବାଧର୍ମି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ଅନୁଷ୍ଠାନର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

Exit mobile version