Site icon Awaj Media

କେନାଲ ସଫା ନ ହେବାରୁ ଜଳସେଚନରୁ ବଞ୍ଚିତ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ବାଘଶାଳା ଗ୍ରାମ ପଞ୍ଚାୟତର ବାଘଶାଳା ଗ୍ରାମର ଚାଷୀ ମାନେ କେନାଲ ସଫା ହୋଇ ନଥିବାରୁ ଚାଷ ଜମିକୁ ଜଳ ସେଚନ ହୋଇ ପାରୁନଥିବା ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । କେନାଲ ସଫା ନ ହେବା ଦ୍ୱାରା ଚାଷ ଜମିକୁ ଜଳ ସେଚନ ହୋଇ ପାରୁନି , ଯାହା ଦ୍ୱାରା ଧାନ ତଳି ପୋଡି ଯାଉଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଖରିଫ ଋତୁ ଧାନ ଚାଷ ସମୟ ହୋଇ ଥିବାରୁ ଚାଷୀ ନିଜ ଜମିରେ ଧାନ ଚାଷ କରିବା ପାଇଁ ସଜବାଜ ହୋଇ ଥିବା ବେଳେ କେନାଲରେ ପାଣି ନ ଆସିବାରୁ ଚାଷୀ ଧାନ ଚାଷ ତ୍ୱରାନ୍ୱିତ ହୋଇ ପାରୁନଥିବା ନେଇ ଅଭିଯୋଗ କରିଛନ୍ତି । ଏହି ବିଷୟ ନେଇ ବାଘଶାଳା ପଞ୍ଚାୟତର ଜନ ପ୍ରତିନିଧି 10 ଦିନ ପୂର୍ବରୁ କ୍ଷୁଦ୍ର ଜଳ ସେଚନ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଚାଷୀ ର ସମସ୍ୟା ସମାଧାନ ହୋଇ ପାରି ନ ଥିବାରୁ ଚାଷୀ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳ ସେଚନ ବିଭାଗର ଦ୍ୱାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ବାଘଶାଳା ର ହାଇ କେନାଲ, ଲୋ କେନାଲ ଓ ତାର ସବ୍ କେନାଲ ସଫେଇ ସକାଶେ ଚାଷୀ ଜିଲ୍ଲା ପ୍ରଶାସନ ଓ କ୍ଷୁଦ୍ର ଜଳ ସେଚନ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫଣ୍ଡିଙ୍ଗ ଏପ୍ରୁଭ ପାଇଁ ପଠାଯାଇଛି । ଫଣ୍ଡିଙ୍ଗ ଆସିଲେ କେନାଲ ସଫା ହେବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Exit mobile version