ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ର ଗାଇସିଲଟ ପଞ୍ଚାୟତ ସମିତି ସଭା ଗୃହ ରେ ଜିଲ୍ଲପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ ଓ ପଦ୍ମପୁର ଉପ-ଜିଲ୍ଲାପାଳ , ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମିନା , ଗାଇସିଲେଟ ଗୋଷ୍ଠୀ ଉନୟନ ଅଧିକାରୀ ଲକ୍ଷ୍ମଣ ମାଝୀ , ଗାଇସିଲେଟ ବ୍ଲକ ର ଅଧ୍ଯକ୍ଷ ଯୋଗ ଦେଇଥିଲେ ! ଏହି ବୈଠକ ରେ ପୋଲିସ ବିଭାଗ , ବନ ବିଭାଗ ଅଧିକାରୀ , ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ ଅଧିକାରୀ ଉପସ୍ଥିତ ଥିବା ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ ! ସବୁ ସମସ୍ୟା ଗୁଡିକ ଶୁଣି ବରଗଡ ଜିଲ୍ଲାପାଳ ଓ ଉପ-ଜିଲ୍ଲପାଳ ସମସ୍ୟା ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ !
ଗାଇସିଲେଟ ଠାରେ ଜିଲ୍ଲପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ !!!

