Site icon Awaj Media

ବାଣପୁର ରେ ପ୍ରଥମ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବଡ଼ମାଷ୍ଟ୍ରେଙ୍କ ଶ୍ରାଦ୍ଧ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଭୀମପୁର ଗ୍ରାମର ସର୍ବପୁରାତନ ଶିକ୍ଷାନୁଷ୍ଠାନ, ପଣ୍ଡିତ ଗୋଦାବରୀଶ ମିଶ୍ର ଅଧ୍ୟୟନ କରିଥିବା ଭରନା କୁଲାର ସ୍କୁଲର ପ୍ରଧାନଶିକ୍ଷକ ବାଣପୁର ଅଞ୍ଚଳର ପ୍ରଥମ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ବଡ଼ମାଷ୍ଟ୍ରେ ଭାବରେ ପରିଚିତ ସ୍ବର୍ଗତ ହରେକୃଷ୍ଣ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଦିବସ ବାନାମ୍ବର ଏକାଡ଼େମୀ ପରିସରରରେ ପାଳିତ ହୋଇଯାଇଛି । ଏକାଡ଼େମୀର ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ରସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଡ଼ଃଚାନ୍ଦକିଶୋର ତ୍ରିପାଠୀ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ମଧୁସୂଦନ ନନ୍ଦ, ବିଭୂତି ଭୂଷଣ ନନ୍ଦ, ବୈରାଗୀ ଚରଣ ବେହେରା, ଲକ୍ଷ୍ମୀଧର ସାହୁ, ରାସ ବିହାରୀ ସାହୁ, ଶଙ୍କର ନାୟକ ପ୍ରମୁଖ ଯୋଗ ଦେଇ ତାଙ୍କ ଶିକ୍ଷକ ଜୀବନରେ କିପରି ଶତଶତ ଉତ୍ତମ ଆଦର୍ଶ ଛାତ୍ରଛାତ୍ରୀ ସୃଷ୍ଟି କରିବା ସହିତ ଭୀମପୁର ଗ୍ରାମରେ ମାଇନର ସ୍କୁଲ ଓ ହାଇସ୍କୁଲ୍ ପ୍ରତିଷ୍ଠା କରିବାରେ ତାଙ୍କ ଅବଦାନ ପ୍ରତି ସ୍କୃତି ଅର୍ଘ୍ୟ ଅର୍ପଣ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ଆରମ୍ଭରେ ଏକାଡେମୀ ଛାତ୍ରଛାତ୍ରୀଙ୍କ ତରଫରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଚ଼ଳିତ ବର୍ଷର ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଶ୍ରୀମାନ କୃତିବିଦ୍ୟ ମହାପାତ୍ରଙ୍କୁ ହରେକୃଷ୍ଣ ପଟ୍ଟନାୟକ ସ୍ମାରକୀ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପୁତ୍ର ଅରୁଣ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version