Site icon Awaj Media

ବିଜେପି ସଭାପତିଙ୍କ ସହ ଉଜ୍ଜଳା ପ୍ରତିନିଧିଙ୍କ ଆଲୋଚନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟ ଉଜ୍ଜଳା କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ କର୍ମଚାରୀ ସଂଘ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ପ୍ରସଂଗ ନେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ସାକ୍ଷାତ ଆଲୋଚନା କରିଥିଲେ । ବିଭିନ୍ନ ଉଦ୍ୟୋଗରେ ମହିଳା ମାନଙ୍କ ନିଯୁକ୍ତି ଓ କର୍ମଠ ମହିଳା ମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ଉପଯୋଗୀ ଦ୍ରବ୍ୟ ଓ ସାମଗ୍ରୀର ବିକ୍ରୟ ନିମନ୍ତେ ତଥା ଉନ୍ନତ ବଜାରୀକରଣ ଗଠନ ଇତ୍ୟାଦି ପାଇଁ ଦାବିପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ୍ କୋଅର୍ଡିନେଟର ସୁମିତା ଦେବତା, ସାଲେପୁରର ମନୋରମା ଲେଙ୍କା, ଦୀପ୍ତିମୟୀ ନାୟକ, ପ୍ରତିମା ଦିଦି, ରୁକ୍ମଣୀ ଦିଦି, ପୂର୍ଣ୍ଣିମା ଦିଦି ଓ କବିତା ଦିଦି ପ୍ରମୁଖ ଅନେକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Exit mobile version